ଓଡିଶା

odisha

ETV Bharat / state

ବ୍ୟାସନଗର ମହାବିଦ୍ୟାଳୟ ପରିସରରୁ ୫ଫୁଟର ନାଗ ସାପ ଉଦ୍ଧାର - ବ୍ୟାସନଗର ମହାବିଦ୍ୟାଳୟ ପରିସରରୁ ସାପ ଉଦ୍ଧାର

ଯାଜପୁର ରୋଡ ସ୍ଥିତ ବ୍ୟାସନଗର ମହାବିଦ୍ୟାଳୟ ପରିସରରୁ ୫ଫୁଟର ନାଗ ସାପ ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ...

କଲେଜ ପରିସରରୁ ନାଗ ସାପ ଉଦ୍ଧାର
କଲେଜ ପରିସରରୁ ନାଗ ସାପ ଉଦ୍ଧାର

By

Published : Jan 19, 2021, 11:51 AM IST

ଯାଜପୁର:ଜିଲ୍ଲାର ବ୍ୟାସନଗର ମହାବିଦ୍ୟାଳୟ ପରିସରରୁ ୫ଫୁଟର ବିଶାକ୍ତ ନାଗ ସାପ ଉଦ୍ଧାର ହୋଇଛି । ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

କଲେଜ ପରିସରରୁ ନାଗ ସାପ ଉଦ୍ଧାର

ସୂଚନାମୁତାବକ, ଆଜି(ମଙ୍ଗଳବାର) ସକାଳୁ କଲେଜର ପିଲାମାନେ କ୍ଲାସ କରିବା ପୂର୍ବରୁ ନିଜର ପ୍ରତୀକ୍ଷା ଗୃହରେ ବସିଥିଲେ। ଏହି ସମୟରେ ଜଣେ ଛାତ୍ରୀ ଗୃହ ଭିତରକୁ ସାପ ଆସୁଥିବା ଦେଖିବାକୁ ପାଇଥିଲେ। ଛାତ୍ରୀମାନେ ଭୟଭୀତ ଅବସ୍ଥାରେ କଲେଜର ଶିକ୍ଷକଙ୍କୁ ଡାକିଥିଲେ। ଶିକ୍ଷକମାନେ ଛାତ୍ରୀମାଙ୍କର ପାଟିତୁଣ୍ଡ ଦେଖି ଛାତ୍ରୀମାନଙ୍କ ନିକଟକୁ ଆସିଥିଲେ। ସମସ୍ତେ ଏହି ୫ ଫୁଟର ବିଷାକ୍ତ ନାଗ ସାପକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ।

କଲେଜର ଏନସିସି ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ତୁରନ୍ତ ସ୍ନେକ ହେଲ୍ପ ଲାଇନ ବରିଷ୍ଠ ସଦସ୍ୟ ମାନସ ରଞ୍ଜନ ମହାନ୍ତି ତାଙ୍କର ସହଯୋଗୀ ମଣିଭଦ୍ର ମଲ୍ଲିକଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନାଗ ସାପଟିକୁ ଧରିବାକୁ ଦୀର୍ଘ ଦୁଇ ଘଣ୍ଟା ଲାଗି ଯାଇଥିଲା। ଶେଷରେ ସାପଟିକୁ ଧରିବାକୁ ସଫଳ ହୋଇଥିଲା ଟିମ। ତେବେ ଏହି ସାପକୁ ଦେଖିବାକୁ କଲେଜର ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀ ଏକାଠି ହୋଇଯାଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details