ଯାଜପୁର:ବଡ଼ବିରୁହାଁ ଗାଁରେ ବଡ ଧରଣର ଅଘଟଣ । ଘରେ ରୋଷେଇ ପ୍ରସ୍ତୁତି ଚାଲିଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ହୋଇଛି ଅଗ୍ନିକାଣ୍ଡ । ଫଳରେ ଅଗ୍ନିକାଣ୍ଡରେ 2 ଜଣ ଗୁରୁତର ହୋଇଛନ୍ତି । ଉଭୟ ସମ୍ପର୍କରେ ଶାଶୁ ବୋହୂ ହୋଇଥିବା ଜଣାପଡିଛି । ତେବେ ୨ ଜଣଙ୍କ ଦେହରେ ନିଆଁ ଲାଗିବାରୁ ସେମାନେ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ 3 ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ମହିଳା 2 ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସମୟରେ ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁର କମଳାକାନ୍ତ ସ୍ୱାଇଁଙ୍କ ଘରେ ଏଭଳି ଅଘଟଣ ଘଟିଛି । ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ସିଲିଣ୍ଡର ଦେଇ ଯିବା ପରେ ସେଥିରେ ରେଗୁଲେଟର ଲଗାଇବା ସମୟରେ ଏହି ଅଘଟଣ ଘଟିଥିଲା । ଏଥିରେ କମଳାକାନ୍ତ ନିଜେ ଆହତ ହୋଇଥିବାବେଳେ ତାଙ୍କ ପତ୍ନୀ ସରିତା ସ୍ବାଇଁ ଓ ବୋହୂ ମଧୁସ୍ମିତା ସ୍ବାଇଁ ଗୁରୁତର ଅଛନ୍ତି। ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ନିଆଁ ବ୍ୟାପି ଯିବାରୁ କମଳାକାନ୍ତଙ୍କ ପତ୍ନୀ ଓ ମା' ଗୁରୁତର ହୋଇଥିବାବେଳେ ସେ ମଧ୍ୟ ଆହତ ହୋଇଛନ୍ତି ।
ଏହା ବି ପଢନ୍ତୁ...ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ