ଯାଜପୁର: ଯାଜପୁର ରୋଡ ଥାନାର 5 କୋରୋନା ଯୋଦ୍ଧା ସଂକ୍ରମିତ । ପୂର୍ବରୁ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ଆଉ 3 ଯୋଦ୍ଧା କୋରୋନା ଆକ୍ରାନ୍ତ ହୋଇଛନ୍ତି । ରୋଡରେ ଚାଲିଥିବା ଆଣ୍ଟିଜେନ ଟେଷ୍ଟରୁ ଏମାନେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛନ୍ତି ।
64 ଜଣଙ୍କର ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 9 ଜଣ ପଜେଟିଭ୍ ଆସିଛନ୍ତି । ଯେଉଁଥିରେ 3 ଜଣ ଥାନା କର୍ମଚାରୀ ରହିଛନ୍ତି । ସେହିପରି ଗତକାଲି ମଧ୍ୟ 93 ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 2 ଜଣ ଥାନା କର୍ମଚାରୀ ପଜେଟିଭ୍ ବାହାରିଥିଲେ ।