ଓଡିଶା

odisha

ETV Bharat / state

ସାହାରା ଅପେକ୍ଷାରେ ବେସାହାରା 4 ଭାଇଭଉଣୀଙ୍କ ସହ ବୁଢୀ ମା’ - ଯାଜପୁର ଦଶରଥପୁର ବ୍ଲକ

ମା’ ଚାଲିଗଲା ଆରପାରିକୁ। ବାପା ଏବେ ଜେଲରେ। ବାପା ମା’ ଚାଲିଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ୪ ଭାଇ ଭଉଣୀ ସମେତ 90 ବର୍ଷିୟ ବୁଢୀମା। ପଢନ୍ତୁ ଏକ ଦୁଃଖଦ ଘଟଣା...

PHOTO
ସାହାରା ଅପେକ୍ଷାରେ

By

Published : Dec 3, 2019, 11:55 PM IST

ଯାଜପୁର: ପ୍ରଥମେ ମା ଚାଲିଗଲା ଆରପାରିକୁ, ବାପାକୁ ବାନ୍ଧି ନେଇଗଲା ପୁଲିସ । ଏବେ ପରିଣତ ବୟସରେ ପହଞ୍ଚିଥିବା ଜେଜେ ମା’ଙ୍କ କୋଳରେ ୪ ନାତି ନାତୁଣୀ। ଆମେ କହୁଛୁ ଯାଜପୁର ଦଶରଥପୁର ବ୍ଲକ ଗୋପକୂଳ ଗାଁର ଦଶରଥ ଜେନାଙ୍କ ପରିବାର କଥା। ଏଭଳି ସ୍ଥିତିରେ ୯ ମାସରୁ ୧୬ ବର୍ଷ ମଧ୍ୟରେ ଥିବା ଏହି ୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା। ସାହି ପଡିଶାଙ୍କ ହାତ ଟେକାରେ ବିତୁଛି ଜୀବନ। ମା ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ବେଳେ ବାପା ଦଶରଥଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଏହି ୪ ଶିଶୁ।


ମା’ ଚାଲିଗଲା ଆରପାରିକୁ। ବାପା ଏବେ ଜେଲରେ । ବାପା ମା ଚାଲିଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ୪ ଶିଶୁ । ଦଶରଥପୁର ଗୋପକୂଳ ଗାଁର ଦଶରଥ ଜେନାଙ୍କ ଏହି ୪ ଶିଶୁ ଏବେ ବେସାହାରା । ଦଶରଥଙ୍କ ପ୍ରଥମ ସ୍ତ୍ରୀ ୮ ବର୍ଷ ତଳେ କ୍ୟାନ୍ସର ରୋଗରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ଦୁଇ ଯାଆଁଳା ଝିଅ ଗଂଗୋତ୍ରୀ ଏବଂ ଗାୟତ୍ରୀ ୮ ବର୍ଷର ହୋଇଥିଲେ । ଉଭୟଙ୍କ ଯତ୍ନ ନେବା ପାଇଁ ଦଶରଥ ଦ୍ବିତୀୟ ବିବାହ କରିଥିଲେ । ନିକଟରେ କୌଣସି ଏକ ଅଜଣା ରୋଗରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏ ନେଇ ଦ୍ବିତୀୟ ପତ୍ନୀଙ୍କ ପରିବାର ଲୋକେ ଦଶରଥଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ଏହା ପରଠୁ ୪ ଜଣ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ବିପଦରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର


ବୁଢି ମା କୁ ଭଲ ଭାବେ ଦେଖାଯାଉନାହିଁ । ଯିଏ ନିଜେ ଚାଲିବା ଓ କଥା କହିବା ଅସମ୍ଭବ ସିଏ କେମିତି ବା ୪ ଜଣ ଶିଶୁଙ୍କ ଯତ୍ନ ନେବ ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ? ଘର ଚଳିବା ପାଇଁ କେବଳ ବୁଢୀ ମା ଭତ୍ତା ହିଁ ଏକମାତ୍ର ସମ୍ଭଳ । ଦଶରଥଙ୍କ ଦ୍ବିତୀୟ ପତ୍ନୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପ୍ରାଣ ହରାଇଥିବା ନେଇ ଗ୍ରାମବାସୀ କହିଥିବା ବେଳେ କିଭଳି ମଙ୍ଗଳପୁର ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ଦଶରଥକୁ ଗିରଫ କରି କୋର୍ଟ ଚାଲାଣ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏନେଇ ଆମେ ଯାଜପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଏ ନେଇ ତଦନ୍ତ କରାଯାଇ ଆଇନ ଅନୁଯାୟୀ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।


ଏହି ୪ ଜଣ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଶାସନ ସହଯୋଗର ହାତ ବଢାଇବା ସହିତ ଦଶରଥ ଗିରଫ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details