ଯାଜପୁର: ପୋଲିସ ପାଟ୍ରୋଲିଂରେ ବେଳେ 4 ଡକାୟତ ଧରାପଡିଛନ୍ତି । ଗତ ବୁଧବାର ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଡାକ୍ତରଖାନା ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ପୋଲିସ 4ଜଣ ଡକାୟତଙ୍କୁ ଗିରଫ କରିଛି । ତେବେ ଅନ୍ୟ 3ଜଣ ଡକାୟତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତ ବୁଧବାର ଏହି ଗ୍ୟାଙ୍ଗ କୌଣସି ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ପେଟ୍ରୋଲିଂ ବେଳେ ଧରାପଡିଥିଲେ । ତେବେ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା, ଛୁରୀ ଓ ଦୁଇଟି ବାଇକ ଜବତ କରିଛନ୍ତି ।