ଓଡିଶା

odisha

ETV Bharat / state

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, 4 ଡକାୟତ ଗିରଫ - ଡକାୟତି ଯୋଜନା ପଣ୍ଡ

ଯାଜପୁରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ 4 ଡକାୟତଙ୍କୁ ଗିରଫ କଲା ପୋଲିସ । ଏମାନେ ଏକ ସୁନା ଦୋକାନକୁ ଲୁଟ କରିବାର ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Oct 3, 2019, 5:45 AM IST

ଯାଜପୁର: ଏକ ଅନ୍ତଃ ଜିଲ୍ଲା ଡକାୟତ ଦଳକୁ ଠାବ କରିଛି ଯାଜପୁର ରୋଡ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ 4 ଡକାୟତ ଗିରଫ । ଗିରଫ ଡକାୟତ ମାନେ ହେଲେ ଦାନଗଦୀ ଅଞ୍ଚଳର ପପୁ ଓରଫ୍ ବାଉନ ସେଠୀ, ମାନଗୋବିନ୍ଦପୁର ଅଞ୍ଚଳର ନିଲୁ ଓରଫ୍ ମିଲୁ ପାତ୍ର ଓ ଆକାଶ ପାତ୍ର, ଯଖପୁରା ଅଞ୍ଚଳର ଗାଣ୍ଡୁଆ ଓରଫ୍ ସନ୍ତୋଷ ସେଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର


ପୋଲିସ ସେମାନଙ୍କ ନିକଟରୁ ଏକ ପିସ୍ତଲ, 2ଟି ହାତବୋମା ଓ ଅନ୍ୟ କେତେକ ମାରଣାସ୍ତ୍ର ସହ 2ଟି ବାଇକ ଓ 13ଟି ମୋବାଇଲ ଫୋନ ଜବତ କରିଛି । ସେମାନଙ୍କ ନିକଟରୁ କେତେକ ମଙ୍କି କ୍ୟାପ୍ ଓ କିଛି ହାଉସ୍ ବ୍ରେକିଂ ଯନ୍ତ୍ରପାତି ମଧ୍ୟ ଜବତ ହୋଇଛି । ଗିରଫ୍ ଡକାୟତ 4 ଜଣଙ୍କୁ ବୁଧବାର ସନ୍ଧ୍ୟାରେ ଯାଜପୁର ରୋଡ କୋର୍ଟକୁ ଚାଲାଣ କରାଯାଇଛି ।

ଏମାନଙ୍କ ନାଁରେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ଏମାନେ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟାସନଗର କଲେଜ ପଛପଟେ ଏକ ନିଛାଟିଆ ଜାଗାରେ ବସି ସୁନା ଦୋକାନ ଲୁଟ୍ କରିବାକୁ ନକ୍ସା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଯାଜପୁର ଏସପି ଚରଣ ସିଂ ମୀନା ଯାଜପୁର ରୋଡ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକାୟତ ମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଏସଡିପିଓ କେଦାରନାଥ ସାହୁ ଓ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଉପସ୍ଥିତ ଥିଲେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details