ଓଡିଶା

odisha

By

Published : Jan 1, 2021, 6:50 PM IST

Updated : Jan 1, 2021, 7:19 PM IST

ETV Bharat / state

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, 4 ଗାଈ ଜୀବନ୍ତ ଦଗ୍ଧ

ଯାଜପୁରରେ ଅଗ୍ନିକାଣ୍ଡ ଘଟି 4 ଟି ଗାଈ ଜୀବନ୍ତ ଦଗ୍ଧ । ବ୍ୟାପକ ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ...

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ: 4 ଗାଈ ଜୀବନ୍ତ ଦଗ୍ଧ
ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ: 4 ଗାଈ ଜୀବନ୍ତ ଦଗ୍ଧ

ଯାଜପୁର: ନୂଆବର୍ଷରେ ଅଘଟଣ । ଯାଜପୁର ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 4ଟି ଗାଈ ଜୀବନ୍ତ ଦଗ୍ଧିଭୂତ ହୋଇଯାଇ ଥିବାବେଳେ 2ଟି ଗାଈଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହ ବ୍ୟାପକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, 4 ଗାଈ ଜୀବନ୍ତ ଦଗ୍ଧ

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଗୁହାଳି ପଞ୍ଚାୟତ ପଦାସାହି ଗାଁର ଦୀନବନ୍ଧୁ ଯେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ 4ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିସହ ବ୍ୟାପକ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇ ଥିବାବେଳେ 2ଟି ଗାଈଙ୍କ ଅବସ୍ଥା ଗୁରୁତର ରହିଛି ।

ମାତ୍ର ଏଥିରେ ଦୀନବନ୍ଧୁଙ୍କ ଘରେ ଥିବା ଧାନ, ଚାଉଳ ଏବଂ ବିଭିନ୍ନ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି । ତେବେ ବିଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 1, 2021, 7:19 PM IST

ABOUT THE AUTHOR

...view details