ଓଡିଶା

odisha

ETV Bharat / state

ଲକ ଡାଉନକୁ ସଫଳ କରିବା ପାଇଁ ଦବଙ୍ଗ ସାଜିଲେ ଯାଜପୁର ଜିଲ୍ଲାପାଳ - ଯାଜପୁର ଲକଡାଉନ ନ୍ୟୁଜ

ଶୁକ୍ରବାର ସକାଳୁ ଯାଜପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଲକଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।

lockdown in jajpur
ଲକ ଡାଉନକୁ ସଫଳ କରିବା ପାଇଁ ଦବଙ୍ଗ ସାଜିଲେ ଯାଜପୁର ଜିଲ୍ଲାପାଳ

By

Published : Mar 27, 2020, 10:45 AM IST

ଯାଜପୁର: ଲକଡାଉନକୁ ସଫଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲ୍ଲା ପ୍ରଶାସନ । ଶୁକ୍ରବାର ସକାଳୁ ଯାଜପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଲକଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କରୁଛନ୍ତି ।

ଲକ ଡାଉନକୁ ସଫଳ କରିବା ପାଇଁ ଦବଙ୍ଗ ସାଜିଲେ ଯାଜପୁର ଜିଲ୍ଲାପାଳ

ତେବେ ନିର୍ଦ୍ଧିଷ୍ଟ ସମୟ ସୀମା ପରେ ମଧ୍ୟ ବିରଜା ହାଟରେ ଦୋକାନ ବଜାର ଖୋଲାଯାଇଥିବା ଦେଖି ଦୋକାନୀଙ୍କୁ ତାଗିଦ କରାଯାଇଛି । ଏଥିସହିତ ବିଭିନ୍ନ ଛକ ବଜାରରେ ଅଯଥାରେ ଗହଳି କରୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ତାଗିଦ କରାଯାଇଛି । ଏହାଛଡା ରାସ୍ତାରେ ବାଇକ ଆଣି ଗହଳି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି ।

ଲକ ଡାଉନ ନିୟମକୁ ଉଲଙ୍ଘନ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ଜୋରିମାନା ଆଦାୟ ସହିତ ଫୌଜଦାରି ମୋକଦମା ରୁଜୁ କରାଯିବା ସହ ଘର ଛାଡି ପଦାକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details