ଯାଜପୁର: ଯାଜପୁରର ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଆମ୍ବୁଲାନ୍ସରେ ଥିବା ଜଣେ ମହିଳା ରୋଗୀ, ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟ । ଯାହା ସୂଚନା ରହିଛି, ଶନିବାର ବିଳମ୍ବିତ ଆମ୍ବୁଲାନ୍ସଟି ବାଲେଶ୍ବର ହେଡକ୍ବାଟର ହସ୍ପିଟାଲରୁ ରୋଗୀ ନେଇ କଟକ ଏସସିବିକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ମୃତ ଚାଳକ ବାଲେଶ୍ବର ଖସାଗଡିଆ ଅଞ୍ଚଳର ଭାସ୍କର ସାହୁ ବୋଲି ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ଜଣାପଡିନାହିଁ । ଏନେଇ ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ: ୩ ମୃତ, ୩ ଗୁରୁତର - ଟ୍ରକଙ୍କୁ ପିଟିଲା ଆମ୍ବୁଲାନ୍ସ
ଯାଜପୁର ବଡଚଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସହ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ
ବଡଚଣାର ହୋଟେଲ ନିକଟ ୧୬ ନମ୍ବର ରାଜପଥରେ ଆମ୍ବୁଲାନ୍ସ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ଟ୍ରକରେ ଚାପି ହୋଇ ରହିଥିଲା । ଖବର ପାଇ ଚଣ୍ଡୀଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ ଦ୍ବାରା ଆମ୍ବୁଲାନ୍ସଙ୍କୁ ଟ୍ରକ ପଛପଟୁ ବାହାର କରିଥିଲା । ହେଲେ ଆମ୍ବୁଲାନ୍ସରେ ଥିବା 4 ଜଣକ ମଧ୍ୟରୁ ତିନି ଜଣକର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ରୋଗୀ ନେଇ ଆମ୍ବୁଲାନ୍ସ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ସାମ୍ନାରେ ଯାଉଥିବା ଟ୍ରକର ଟାୟା ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ପଡିଥିଲା । ଠିକ୍ ସେତିକି ବେଳେ ଆମ୍ବୁଲାନ୍ସ ପଛ ପଟୁ ଟ୍ରକକୁ ଧକ୍କା ଦେଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ