ଓଡିଶା

odisha

ETV Bharat / state

ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ ଆରୋହୀ ମୃତ - 3 death in road accident

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଛକରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ୍ ଆରୋହୀ ମୃତ । ମୃତକ 3 ଜଣ ହେଲେ ବାପା ମାଆ ଓ ଝିଅ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ ଆରୋହୀ ମୃତ
ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ ଆରୋହୀ ମୃତ

By

Published : Sep 25, 2020, 7:08 PM IST

ଯାଜପୁର: ଧର୍ମଶାଳା ଥାନା ନେଉଳପୁର ଛକରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ୍ ଆରୋହୀ ମୃତ । ମୃତକ 3 ଜଣ ହେଲେ ବାପା ମାଆ ଓ ଝିଅ । ଏମାନେ କଟକ ବିଡାନାଶି ଗୋପାଳସାହିର ବୋଲି ଜଣାପଡିଛି । ବାପାଙ୍କ ନାଁ ଶଙ୍କରର୍ଷଣ ସାହୁ, ମାଆଙ୍କ ନାଁ ମାମିନା ସାହୁ ଓ 7 ବର୍ଷର ଝିଅ ସମ୍ପୂର୍ଣ୍ଣା ସାହୁ ।

ଘରୋଇ ଆମ୍ବୁଲାନ୍ସ ଧକ୍କାରେ 3 ବାଇକ ଆରୋହୀ ମୃତ

ସୂଚନା ଅନୁସାରେ ଜାତୀୟ ରାଜପଥ 16, ନେଉଳପୁର ଛକ ନିକଟରେ ଆମ୍ବୁଲାନ୍ସର ଚକ ଫାଟିବାରୁ ଦୁର୍ଘଟଣାଟି ଘଟିଥିଲା । ଘଟଣାସ୍ଥଳରେ ମାଆ, ବାପା ଓ ଛୁଆ ସମେତ 3 ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଖବର ପାଇ ଚଣ୍ଡିଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।

ଯାଜାପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details