ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ଜହ୍ନ ଗାଁରେ ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା । ସୂଚନା ଅନୁଯାୟୀ ମୃତକ ଜଣକ 23 ବର୍ଷୀୟ କୁନୁମୁନୁ ଦାସ ।
ଗୁରୁବାର ସନ୍ଧ୍ୟାରେ ଘରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ବେଳେ କୁନୁମୁନୁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେପଟେ ଘର ଲୋକ ଜାଣିବା ପରେ ତାଙ୍କୁ ତୁରନ୍ତ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ।