ଓଡିଶା

odisha

By

Published : May 18, 2021, 8:00 PM IST

ETV Bharat / state

ଅବକାରୀ ବିଭାଗର ଚଢ଼ାଉ: ୨୩ ଲିଟର ଦେଶୀମଦ ଜବତ, ୩ ଗିରଫ

ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷରୁ ସୋଲବନ୍ଦୀ, ଠାକୁରପାଟଣା, ଲକ୍ଷ୍ମୀନଗରରେ ଚଢ଼ାଉ । ୨୩ ଲିଟର ଦେଶୀମଦ ଜବତ ଏବଂ ୩ ଜଣ ଗିରଫ ହେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

23-liter-liquor-seized-and-3-arrested-from-jajpur
ଅବକାରୀ ବିଭାଗର ଚଢ଼ାଉ,୨୩ ଲିଟର ଦେଶୀମଦ ଜବତ ୩ ଗିରଫ

ଯାଜପୁର: ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷରୁ ସୋଲବନ୍ଦୀ, ଠାକୁରପାଟଣା, ଲକ୍ଷ୍ମୀନଗରରେ ଚଢ଼ାଉ । ୨୩ ଲିଟର ଦେଶୀମଦ ଜବତ ଏବଂ ୩ ଜଣ ଗିରଫ ହେଇଥିବା ଜଣାପଡିଛି ।

ସୂଚନା ମୁତାବକ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଆଜି(ମଙ୍ଗଳବାର) ସକାଳୁ ଯାଜପୁର ରୋଡ ଅବକାରୀ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଏହି ସବୁ ଅଞ୍ଚଳରେ ଚଢ଼ାଉ କରିଥିଲେ । ପ୍ରଥମେ କୋରେଇ ବ୍ଲକର ସୋଲବନ୍ଦୀ ପରେ ଠାକୁରପାଟଣା ଗାଁରେ ଏକ କ୍ୟାବିନରେ ସୁଶାନ୍ତ ରାଉତ ଓ ସୁଦର୍ଶନ ମଲ୍ଲିକ ଦେଶୀ ମଦ ବିକୁଥିବା ସୂଚନା ପାଇଥିଲେ । ଚଢ଼ାଉ କରି ୧୩ ଲିଟର ଦେଶୀ ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ ।

ଅବକାରୀ ବିଭାଗର ଚଢ଼ାଉ,୨୩ ଲିଟର ଦେଶୀମଦ ଜବତ ୩ ଗିରଫ

ସେହିପରି ବ୍ୟାସନଗର ପୋୖରପରିଷଦର ଲକ୍ଷ୍ମୀନଗର ନିକଟସ୍ଥ ଏକ ଘରେ ବାବାଜୀ ଦାସ ନାମକ ଏକ ବ୍ୟକ୍ତି ଦେଶୀମଦ ରଖି ବିକୁଥିବା ଖବରପାଇ ଶ୍ରୀ ମହାନ୍ତି ଚଢ଼ାଉ କରି ୧୦ ଲିଟର ଦେଶୀମଦ ସହିତ ବାବାଜିକୁ ଗିରଫ କରିଥିବା ଜଣାପଡ଼ିଛି ।

ତେବେ ଆଜି ଏହି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details