ଯାଜପୁର: ପାଣିକୋଇଲି ପୋଲିସ ହାତରେ ଧରାପଡ଼ିଲେ ଦୁଇ ଠକ ଅପରାଧି । କେନ୍ଦୁଝର ଅଞ୍ଚଳର ଜଣେ ବଡ ବ୍ୟବସାୟୀ ସନା ମହାକୁଡଙ୍କ ଏଜେଣ୍ଟ ବୋଲି କହି ଏହି ଅପରାଧିମାନେ ଲୋକଙ୍କଠାରୁ ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଅପରାଧିଙ୍କଠାରୁ 3ଟି ନକଲି ଟଙ୍କା ବାକ୍ସ, ଦୁଇଟି ମୋବାଇଲ୍ ଫୋନ୍, ମାରଣାସ୍ତ୍ର ଓ ଏକ ନମ୍ବର ବିହୀନ ସ୍ବିଫ୍ଟ କାର୍ ପୋଲିସ ଜବତ କରିଛି । ଏହାସହ 62ହଜାର 218 ନଗଦ ଟଙ୍କା ଓ କିଛି ସୁନା ଅଳଙ୍କାର ମଧ୍ୟ ଜବତ୍ ହୋଇଛି ।
ଯାଜପୁରରୁ 2 ଠକ ଗିରଫ
ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ହାତରେ ଦୁଇ ଠକ ଅପରାଧି । ନିଜକୁ ଏଜେଣ୍ଟ ବୋଲି କହି ଏହି ଅପରାଧିମାନେ ଲୋକଙ୍କଠାରୁ ଠକି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଅପରାଧିଙ୍କଠାରୁ 3ଟି ନକଲି ଟଙ୍କା ବାକ୍ସ, ଦୁଇଟି ମୋବାଇଲ୍ ଫୋନ୍, ମାରଣାସ୍ତ୍ର ଜବତ ।
ଅପରାଧିମାନେ ଟଙ୍କା ବଦଳାଇବା ନାଁରେ ଅଭିନବ ଉପାୟରେ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ନିକଟରେ ନକଲି ଟଙ୍କା ପେଟି ଦେଖାଇ ଦୁଇ ଗୁଣ ଟଙ୍କା କରାଇ ଦେବାକୁ କହି ବାଲେଶ୍ବରର ଜଣେ ମହିଳାଙ୍କଠାରୁ 5ଲକ୍ଷ ଟଙ୍କା ଠକି ନେଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ। ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଲୋକଙ୍କଠାରୁ 40ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଗିରଫ ଦୁଇ ଠକ କଟକ ମାହାଙ୍ଗା ଥାନା କଉଡୁକୋଲ ଗ୍ରାମର ପ୍ରିୟରଞ୍ଜନ ନାୟକ ଓ ବଡଚଣା ଥାନା କୁନ୍ଦଳ ଗ୍ରାମର ଅକ୍ଷୟ ସାମଲ ବୋଲି ଜଣାପଡିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁରର ଅତିରିକ୍ତ ଏସପି ଜୟରାମ ଶତପଥୀ । ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ