ଯାଜପୁର: ବରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କଦଳୀ ଗଛକୁ ଭେଳା କରି ଦଳ ସଫା କରି ଯାଇଥିବା ଦୁଇ ଭାଇଙ୍କ ମୃତ୍ୟୁ । କଦଳୀ ଭେଳା ବୁଡିଯିବାରୁ 2 ଭାଇଙ୍କର ମୃତ୍ୟୁ ହୋଇଛି ।
ସୂଚନାମୁତାବକ, ଆଜି(ଶନିବାର) ବରୀ ବ୍ଳକ ମନ୍ଦିରା ଜିପିର ମେଦୁଆଗୁଡି ଗାଁର ସୁଭାଜିତ ବେହେରା ଓ ମିଟୁଲ ବେହେରା ଦୁଇ ଭାଇ ନଦୀର ଜଳସ୍ତର କମିବା ପରେ ନିଜ ବିଲରେ ଜମିଥିବା ଅଳିଆ ସଫା କରିବା ପାଇଁ ଏକ କଦଳୀ ଗଛରେ ଭେଳା ତିଆରି କରି ଯାଇଥିଲେ । ହଠାତ୍ ଭେଳାଟି ପାଣିରେ ଓଲଟି ପଡିବାରୁ ଦୁଇ ଭାଇ ପାଣିରେ ବୁଡି ଯାଇଥିଲେ ।