ଓଡିଶା

odisha

ETV Bharat / state

ଚଞ୍ଚକତା କରି ମହିଳାଙ୍କଠୁ 16 ହଜାର ଲୁଟିନେଲେ ଲୁଟେରା - ଯାଜପୁର ଲୁଟ୍ ନ୍ୟୁଜ

ଜଣେ ମହିଳା ଏଟିଏମରେ ଟଙ୍କା ଉଠାଉଥିବା ବେଳେ ସେଠାରେ ଥିବା ଜଣେ ଲୁଟେରା କାର୍ଡ ବଦଳାଇ ୧୬ ହଜାର ଟଙ୍କା ଲୁଟି ନେଇଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମହିଳାଙ୍କଠୁ 16 ହଜାର ଲୁଟିନେଲେ ଲୁଟେରା
ମହିଳାଙ୍କଠୁ 16 ହଜାର ଲୁଟିନେଲେ ଲୁଟେରା

By

Published : Feb 7, 2021, 7:10 PM IST

ଯାଜପୁର: ମହିଳାଙ୍କ ସହ ଚଞ୍ଚକତା କରି 16 ହଜାର ଟଙ୍କା ଲୁଟ୍ କଲା ଲୁଟେରା । ଜଣେ ମହିଳା ଏଟିଏମରେ ଟଙ୍କା ଉଠାଉଥିବା ବେଳେ ସେଠାରେ ଥିବା ଜଣେ ଲୁଟେରା କାର୍ଡ ବଦଳାଇ ୧୬ ହଜାର ଟଙ୍କା ଲୁଟି ନେଇଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଛି ।

ମହିଳାଙ୍କଠୁ 16 ହଜାର ଲୁଟିନେଲେ ଲୁଟେରା

ଅଭିଯୋଗରୁ ଜଣାପଡିଛି ଯେ, ଭୁବନେଶ୍ବରରେ ରହୁଥିବା ସନ୍ତୋଷିନୀ ଦାସ ଯାଜପୁରରେ ଥିବା ତାଙ୍କ ଶାଶୁ ଶ୍ବଶୁରଙ୍କ ପାଖକୁ ଆସିଥିଲେ । ଗତ ୩୦ ତାରିଖରେ ହରିପୁର ଠାରେ ଏକ ଏଟିଏମକୁ ଯାଇ ସେ 500 ଟଙ୍କା ଉଠାଇଥିଲେ । ମାତ୍ର ସେହି ସମୟରେ ଏଟିଏମ ପାଖରେ ଥିବା ଜଣେ ଲୁଟେରା ମହିଳାଙ୍କୁ ସହାୟତା କରିବା ଓ ନିଜେ ଟଙ୍କା ଉଠାଇବା ବାହାନାରେ କାର୍ଡ ବଦଳାଇ ମୁଗପାଳ, ଜାରକା ଆଦି ଅଞ୍ଚଳରୁ ୧୬ ହଜାର ଟଙ୍କା ଲୁଟି ନେଇଥିଲେ ।

ମହିଳା ଜଣକ ଭୁବନେଶ୍ବର ଫେରୁଥିବା ବେଳେ ନିଜ ମୋବାଇଲ ମେସଜରୁ ଟଙ୍କା ଉଠାଣ ହୋଇଥିବା ଜାଣିବା ପରେ ଏହାର ଯାଞ୍ଚ କରିଥିଲେ । ପରେ ତାଙ୍କ ପାଖରେ ଥିବା କାର୍ଡଟି ଜଣେ ଡିଏସପିଙ୍କର ବୋଲି ଜାଣିବା ପରେ କୁଆଖିଆ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ କୁଆଖିଆ ପୋଲିସ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details