ଓଡିଶା

odisha

ETV Bharat / state

ଜଳୁଛି ଆଦିବାସୀ ଆତ୍ମା ! କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ - କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ

ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ସ୍ଥାନୀୟ ଆଦିବାସୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ଆଜି ସେହି କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି ୧୫ ବର୍ଷ । ଅଧିକ ପଢନ୍ତୁ...

ଜଳୁଛି ଆଦିବାସୀ ଆତ୍ମା, କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ
ଜଳୁଛି ଆଦିବାସୀ ଆତ୍ମା, କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ

By

Published : Jan 2, 2021, 3:46 PM IST

Updated : Jan 2, 2021, 10:14 PM IST

ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି ୧୫ ବର୍ଷ । ତଥାପି ଆଦିବାସୀ ମନରୁ ଲିଭିନି ସେଦିନର ଦମନଲୀଳା । ଏ ଗୁଳିକାଣ୍ଡର ଦୋଷ ମୁଣ୍ଡାଇବାକୁ କେହି ପ୍ରସ୍ତୁତ ନାହାଁନ୍ତି । ଏତେ ବର୍ଷ ପରେ ବି ଉତ୍ତର ଅପେକ୍ଷାରେ ସମସ୍ତେ । ତେବେ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୧୪ ଜଣ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ଶହୀଦ ସ୍ମୃତି ଦିବସ।

ଜଳୁଛି ଆଦିବାସୀ ଆତ୍ମା ! କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା ୧୫ ବର୍ଷ

ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ସ୍ଥାନୀୟ ଆଦିବାସୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା। ତେଣୁ ମୃତ୍ୟୁବରଣ କରିଥିବା ଆଦିବାସୀ ମାନଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ଏହି ଦିନକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ।

ପ୍ରତ୍ୟେକ ବର୍ଷ ଏହାକୁ ବେଶ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ଶୋଭାଯାତ୍ରା ଓ ଆଦିବାସୀ ମାନଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।

କୋଭିଡ ନିୟମ ଅନୁଯାୟୀ ଏକ ସାଧାରଣ ସଭା ମାଧ୍ୟମରେ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ କଳିଙ୍ଗନଗର ବିସ୍ଥାପିତ ବିରୋଧୀ ଜନମଞ୍ଚ ପକ୍ଷରୁ କୁହାଯାଇଛି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବାକୁ 3 ପ୍ଲାଟୁନ୍ ପୋଲିସ୍ ମୁତୟନ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 2, 2021, 10:14 PM IST

ABOUT THE AUTHOR

...view details