ଓଡିଶା

odisha

By

Published : Aug 24, 2020, 4:46 PM IST

ETV Bharat / state

12 ବର୍ଷୀୟ ବିସ୍ମୟ ବାଳକ, କଲମରୁ ଝରିଲା ମହାଭାରତ !

ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କଲାଭଳି ଯାଜପୁରର ଜଣେ କୁନି ପ୍ରତିଭା ହେଉଛନ୍ତି ଉଦୟ କୁମାର ସାହୁ । ଯିଏ କି ଲକଡାଉନ ସମୟରେ ଅନଲାଇନରେ ହିନ୍ଦି ମହାଭାରତକୁ ଅନୁଶୀଳନ କରି ଓଡିଆରେ ତାର ଅନୁବାଦ କରିଛନ୍ତି । ଉଦୟଙ୍କର ବୟସ ମାତ୍ର ୧୨ ବର୍ଷ ହେବ । ଏହି ବାଳକ ଜଣକ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି । କୋରୋନା ସମୟରେ ଘରେ ରହିବା ଯୋଗୁ ସମୟକୁ ନଷ୍ଟ ନକରି ମୋବାଇଲ ସାହାଯ୍ୟରେ ଗୁଗୁଲ ଆପରୁ ମହାଭାରତ ସର୍ଚ୍ଚ କରି ହିନ୍ଦି ଭାଷାରୁ ଓଡିଆ ଭାଷାରେ ତାକୁ ଅନୁବାଦ କରିଛନ୍ତି । ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

12 ବର୍ଷୀୟ ବିସ୍ମୟ ବାଳକ, କଲମରୁ ଝରିଲା ମହାଭାରତ !
12 ବର୍ଷୀୟ ବିସ୍ମୟ ବାଳକ, କଲମରୁ ଝରିଲା ମହାଭାରତ !

ଯାଜପୁର: କୁନିକୁନି ପାଟିରେ ମହାଭାରତର କାହାଣୀ। ମୁଖ ନିଶୃତ ବାଣୀରୁ ଝରୁଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ ଗାଥା। ପାଣ୍ଡବ କୌରବଙ୍କ ଯୁଦ୍ଧ ବୃତ୍ତାନ୍ତକୁ ସ୍ପଷ୍ଟ ଭାବେ ବଖାଣୁଛି ବିସ୍ମୟ ବାଳକ। ମହାଭାରତର କଠିନ ଶ୍କୋକକୁ ଅତି ସହଜରେ ଅନର୍ଗଳ ଗାଉଛି ଉଦୟ। ମହାନ ମୁନି ଋଷିମାନେ ଯେଉଁଠି ଜଟିଳ ଶଦ୍ଧର ଅର୍ଥ ଓ ଗୂଢରହସ୍ୟକୁ ଭେଦିବାକୁ ବିଫଳ ହୁଅନ୍ତି ସେଠି 12 ବର୍ଷ ବାଳକ ଏହି ସବୁରେ ସିଦ୍ଧହସ୍ତ।

ପଦ ଏବଂ ଛନ୍ଦର ଯୁଗଳବନ୍ଦୀକୁ କଲମ ମୂନରେ ଅତି ସୁନ୍ଦର ଭାବେ ଓଡିଆ ଭାଷାରେ ଲେଖି ଚାଲିଛି ଉଦୟ। ଦୀପ୍ତୀମାନ ସୂର୍ଯ୍ୟସମ ଉଦୟ ଲକଡାଉନରେ ମୋବାଇଲ ସାହାଯ୍ୟରେ ଗୁଗଲ ଆପରୁ ମହାଭାରତ ସର୍ଚ୍ଚ କରି ହିନ୍ଦି ଭାଷାରୁ ଓଡିଆ ଭାଷାରେ ତାକୁ ଅନୁବାଦ କରିଛନ୍ତି । ଯାହା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଖରମଙ୍ଗି ଗ୍ରାମର ଚନ୍ଦ୍ରକାନ୍ତ ସାହୁ ଓ ଜୟଶ୍ରୀ ସାହୁଙ୍କ ଏକମାତ୍ର ପୁଅ ହେଉଛି ଉଦୟ । ସେ ସ୍ଥାନୀୟ ଶ୍ରୀମା ଅରବିନ୍ଦ ନୋଡାଲ ସ୍କୁଲର ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଜଣେ ମେଧାବୀ ଛାତ୍ର ଭାବେ ଜିଲ୍ଲାରେ ପରିଚିତ ।

ଲକଡାଉନ ସମୟରେ ଅନଲାଇନରେ ହିନ୍ଦି ମହାଭାରତକୁ ଅନୁଶୀଳନ କରି ଓଡିଆରେ ତାକୁ ଅନୁବାଦ କରିଛନ୍ତି ସେ । ଯାହାକି ଜଣେ ଛୋଟ ବାଳକର କ୍ଷୁଦ୍ର ଲେଖନୀରେ ପ୍ରାୟ 250ପୃଷ୍ଟା ମଣ୍ଡିତ କରିଛି । ତାଙ୍କର ପ୍ରତିଟି ଶୋଳ୍କରେ ଏହାର ପ୍ରତିଟି ସଜ୍ଞା, ଭାବାର୍ଥ ଓ ଶବ୍ଦ ସଂଯୋଜନା ଅତି ରୁଦ୍ଧିମନ୍ତ ହୋଇଛି । ଉଦୟ ପାଠପଢା ସହ ଗୀତ ଗାଇବା, ଚିତ୍ର ଆଙ୍କିବା ଓ ବିଭିନ୍ନ ସାମଗ୍ରୀ ତିଆରି କରିବାରେ

12 ବର୍ଷୀୟ ବିସ୍ମୟ ବାଳକ, କଲମରୁ ଝରିଲା ମହାଭାରତ !

ଧୁରନ୍ଧର । ଉଦୟଙ୍କ ଏଭଳି ପ୍ରତିଭାକୁ ନେଇ ପରିବାର, ସ୍କୁଲ ଶିକ୍ଷକ ଓ ଗ୍ରାମବାସୀ ସମସ୍ତେ ଗର୍ବ ଅନୁଭବ କରିଛନ୍ତି । ଏହି ଘଟଣାକୁ ନେଇ ଉଦୟ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଉଦୟ କିଛି ଦିନ ହେବ ବୃକକ୍ ଜନିତ ନେଫ୍ରାଇଟିସ୍ ରୋଗରେ ପିଡିତ ଥାଇ ମଧ୍ୟ ତାଙ୍କର ଏଭଳି ପ୍ରୟାଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏତେ କମ୍ ବୟସର ବାଳକ ମହାଭାରତ ଭଳି ପ୍ରାଚୀନତମ ଗ୍ରନ୍ଥର ଓଡିଆ ଅନୁବାଦକ ସାଜିବା ଏବଂ ବାଳକଙ୍କ ଠାରେ ଏଭଳି ଆଧ୍ୟାତ୍ମିକତା ଜାଗ୍ରତ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ତାଙ୍କର ଭବିଷ୍ୟତ ଆହୁରି ଅଧିକ ଉଜ୍ଜ୍ବଳମୟ ହେଉ, ଏବଂ ତାଙ୍କ ଚଲାପଥ କୁସୁମିତ ହେଉ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details