ଓଡିଶା

odisha

By

Published : Feb 25, 2020, 12:08 PM IST

ETV Bharat / state

ସ୍କୁଲ, ଡାକ୍ତରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ

ମାର୍ଚ୍ଚ ୩୧ତାରିଖରୁ ଟାଟାଷ୍ଟିଲ କ୍ରୋମାଇଟ ଖଣି କମ୍ପାନୀର ଅବଧି ସରିବା ପରେ କମ୍ପାନୀ ଦ୍ବାରା ପରିଚାଳିତ ଡାକ୍ତରଖାନା, ଷ୍ଟୁଆର୍ଟ ଆଉ ସରସ୍ବତୀ ଶିଶୁମନ୍ଦିର ସ୍କୁଲକୁ ବନ୍ଦ କରିବାକୁ ନୋଟିସ ଦେଇଛନ୍ତି । ଏହାକୁ ପ୍ରତିବାଦ କରି ୧୨ ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି ଯାଜପୁରବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍କୁଲ, ଡାକ୍ତରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ
ସ୍କୁଲ, ଡାକ୍ତରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ

ଯାଜପୁର: ଟାଟାଖଣି କମ୍ପାନୀର ନୋଟିସ ପରେ ତାତିଲେ ଲୋକେ । ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ। ସ୍କୁଲ, ଡାକ୍ତରଖାନା ବନ୍ଦ ପ୍ରତିବାଦରେ ଟାଟାଷ୍ଟିଲ କ୍ରୋମାଇଟ ଖଣି ଅଞ୍ଚଳରେ ପ୍ରଭାବିତ ଅଞ୍ଚବାସୀଙ୍କ ୧୨ଘଣ୍ଟିଆ ରାସ୍ତା ଅବରୋଧ ଆଉ ଧାରଣା।

ସ୍କୁଲ, ଡାକ୍ତରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ

ସୂଚନା ମୁତାବକ ମାର୍ଚ୍ଚ ୩୧ତାରିଖରୁ ଟାଟାଷ୍ଟିଲ କ୍ରୋମାଇଟ ଖଣି କମ୍ପାନୀର ଅବଧି ସରିବା ପରେ କମ୍ପାନୀ ଦ୍ବାରା ପରିଚାଳିତ ଡାକ୍ତରଖାନା, ଷ୍ଟୁଆର୍ଟ ଆଉ ସରସ୍ବତୀ ଶିଶୁମନ୍ଦିର ସ୍କୁଲକୁ ବନ୍ଦ କରିବାକୁ ନୋଟିସ ଦେଇଛନ୍ତି । ତେବେ ଡାକ୍ତରଖାନା ଆଉ ସ୍କୁଲକୁ ଚାଲୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଅଞ୍ଚଳବସୀ ଆଉ ଅଭିଭାବକ ମାନେ ବାରମ୍ବାର ଦାବି କଲେ ମଧ୍ୟ କୌଣସି ଦାବି ପୂରଣ ହେଇ ନଥିଲା। ତେବେ ବାଧ୍ୟ ହୋଇ ସ୍କୁଲ ଆଉ ଡାକ୍ତରଖାନାକୁ ପୁନର୍ବାର ଚାଲୁ କରିବା ପାଇଁ ଦାବି କରି ୧୨ ଘଣ୍ଟିଆ ଧାରଣାରେ ବସି ରହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details