ଓଡିଶା

odisha

ETV Bharat / state

କାଳିଆପାଣି ଖଣି ଅଞ୍ଚଳରେ ଡିଏମଏଫ ପାଣ୍ଠି ଖର୍ଚ୍ଚଦାବି, 12 ଘଣ୍ଟା ବନ୍ଦ ସୁକିନ୍ଦା - 12 hour strike in sukinda

ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରି ମୌଳିକ ସମସ୍ୟା ଦୂର କରିବା ପାଇଁ ନିୟମ ଥିଲେ ହେଁ ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଡିଏମଏଫ ପାଣ୍ଠିର ଦୂରୁପଯୋଗ ଏବଂ ଡିଏମଏଫ ଅଫିସ ପ୍ରତିଷ୍ଠା ଦାବିରେ ସୋମବାର ସୁକିନ୍ଦାର ବିଭିନ୍ନ ଅଞ୍ଚଳରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

କାଳିଆପାଣି ଖଣି ଅଞ୍ଚଳରେ ଡିଏମଏଫ ପାଣ୍ଠି ଖର୍ଚ୍ଚ ଦାବି, 12 ଘଣ୍ଟା ବନ୍ଦ ରହିଲା ସୁକିନ୍ଦା

By

Published : Nov 25, 2019, 11:07 PM IST

ଯାଜପୁର: ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରି ମୌଳିକ ସମସ୍ୟା ଦୂର କରିବା ପାଇଁ ନିୟମ ଥିଲେ ହେଁ ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଡିଏମଏଫ ପାଣ୍ଠିର ଦୂରୁପଯୋଗ ଏବଂ ଡିଏମଏଫ ଅଫିସ ପ୍ରତିଷ୍ଠା ଦାବିରେ ସୋମବାର ସୁକିନ୍ଦାର ବିଭିନ୍ନ ଅଞ୍ଚଳରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ କାଳିଆପାଣି ଅଞ୍ଚଳରେ ଥିବା 10ରୁ ଉର୍ଦ୍ଧ୍ବ ଖଣିର ଉତ୍ପାଦନ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ବନ୍ଦ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । ସେପଟେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଭେଟି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ବନ୍ଦକୁ ପ୍ରତ୍ୟାହାର କରାଯାଇଛି ।

କାଳିଆପାଣି ଖଣି ଅଞ୍ଚଳରେ ଡିଏମଏଫ ପାଣ୍ଠି ଖର୍ଚ୍ଚ ଦାବି, 12 ଘଣ୍ଟା ବନ୍ଦ ରହିଲା ସୁକିନ୍ଦା

12 ଘଣ୍ଟା ବନ୍ଦ ଫଳରେ କାଳିଆପାଣି ଖଣି ଅଞ୍ଚଳରେ ଅଖ ଚକ ସବୁ ବନ୍ଦ ହୋଇଯାଇଥିଲା । ଦୋକାନ-ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଶୂନଶାନ ଥିଲା । ଖଣି ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ଖର୍ଚ୍ଚ କରାନଯିବା ଓ କାଳିଆପାଣିରେ ଡିଏମଏଫ୍‌ ଅଫିସ ଖୋଲିବା ଦାବିରେ କମର୍ଦା, ହନୁମାନ ଛକ, ଇମ୍ଫା, ଟିସ୍କୋ ଛକ, କାଙ୍କଡପାଳ ଏବଂ କୁହିକା ଛକରେ ଖଣି ପ୍ରଭାବିତ ଲୋକେ ରାସ୍ତାରେ ବସି ପିକେଟିଂ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା ।

ଖଣି ଅଞ୍ଚଳରୁ ମିଳୁଥିବା ରାଜସ୍ବକୁ ସେହି ଅଞ୍ଚଳରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ୍‌ ଗଠନ କରିଥିଲେ । ଏହି ପାଣ୍ଠି ମାଧ୍ୟମରେ ଖଣି ପ୍ରଭାବିତ ଅଞ୍ଚଳରେ 60 ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ସହିତ ବାକି 40 ପ୍ରତିଶତ ଅର୍ଥ ଖଣି ପ୍ରଭାବିତ ଜିଲ୍ଲାରେ ଖର୍ଚ୍ଚ କରିବାର ନିୟମ ରହିଛି । କିନ୍ତୁ କାଳିଆପାଣି ଅଞ୍ଚଳରେ ଏହି ସରକାରୀ ନିୟମକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ବାରମ୍ବାର ଅଭିଯୋଗ ହୋଇଛି । ପୂର୍ବରୁ ଏନେଇ ଏକ ପ୍ରତିନିଧି ଦଳ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ ।

ତେବେ ଏହା ନହେବାରୁ ଏହି ଆନ୍ଦୋଳନ ହୋଇଥିବା ସହ ତୁରନ୍ତ ଡିଏମଏଫ ଫଣ୍ଡକୁ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details