ଓଡିଶା

odisha

By

Published : Jul 10, 2022, 4:03 PM IST

ETV Bharat / state

12 ଫୁଟର ଅଜଗର ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ଅନ୍ତର୍ଗତ ଭାଲୁକିପାତଳା ଗ୍ରାମରୁ 12 ଫୁଟର ଅଜଗର ସାପ ଉଦ୍ଧାର । ଅଧିକ ପଢନ୍ତୁ

12 ଫୁଟର ଅଜଗର ଉଦ୍ଧାର
12 ଫୁଟର ଅଜଗର ଉଦ୍ଧାର

ଯାଜପୁର: ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଭାଲୁକିପାତଳା ଗାଁରୁ 12 ଫୁଟର ଅଜଗର ସାପ ଉଦ୍ଧାର ହୋଇଛି । ଆଜି(ରବିବାର) ସକାଳେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘର ପାର୍ଶ୍ଵରେ ଏହି ସାପକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ସଙ୍ଗେସଙ୍ଗେ ସ୍ନେକ ହେଲ୍ପଲାଇନ ସଦସ୍ୟ ମିହିର ଚନ୍ଦ୍ର ପାତ୍ରଙ୍କୁ ଖବର ଦେଇଥିଲେ ।

12 ଫୁଟ ଲମ୍ବର ଅଜଗର ଉଦ୍ଧାର

ମିହିର ଖବର ପାଇ ତାଙ୍କର ସହଯୋଗୀ ସହାୟତାରେ ଘଟଣା ସ୍ଥଳରୁ 12 ଫୁଟର ଲମ୍ବର ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ସୁକିନ୍ଦା ବନ ବିଭାଗ ସହଯୋଗରେ ସ୍ଥାନୀୟ ମହାଗିରୀ ଜଙ୍ଗଲରେ ସାପଟିକୁ ଛାଡି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details