ଓଡିଶା

odisha

ETV Bharat / state

ଲଗାତାର ଚୋରି ଅଭିଯୋଗରେ ଜଣେ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ - shop theft Case

ଯାଜପୁର ଟାଉନ ଥାନା ପକ୍ଷରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ..

ଲଗାତାର ଚୋରୀ ଅଭିଯୋଗରେ ଜଣେ ଗିରଫ
ଲଗାତାର ଚୋରୀ ଅଭିଯୋଗରେ ଜଣେ ଗିରଫ

By

Published : Oct 10, 2020, 10:55 PM IST

ଯାଜପୁର: ଲଗାତାର ଦୋକାନମାନଙ୍କରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୋଲିସ । ଚୋର ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି ।

ଲଗାତାର ଚୋରୀ ଅଭିଯୋଗରେ ଜଣେ ଗିରଫ

ଯାଜପୁର ସହର ବିଭିନ୍ନ ଦୋକାନରେ ଲଗାତାର ଚୋରି ହେବା ପରେ ଟାଉନ ଥାନାରେ ୩ଟି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାଧିକାରୀ ମାନସ ରଂଜନ ଚକ୍ର ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ପରେ ଟାଉନ ଥାନା ଅଧିନ ତଳିହା ଅଞ୍ଚଳର ଦେବେନ୍ଦ୍ର କୁମାର ପରିଡାଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ଟିଭି, ଟଙ୍କା, ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଜବତ କରାଯାଇଥିବାବେଳେ ଫେରାର ୨ ଜଣଙ୍କୁ କାବୁ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details