ଜଗତସିଂହପୁର: ଜିଲ୍ଲାରେ ଯୁବବର୍ଗଙ୍କ ମଧ୍ୟରେ ବଢୁଛି ମାନସିକ ଅବସାଦ । ଏହାକୁ ନେଇ ଗତବର୍ଷ ତୁଳନାରେ ଚଳିତବର୍ଷ ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି । ଏହାକୁ ନେଇ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।
ସୂଚନାନୁସାରେ, ଜିଲାରେ ଗତବର୍ଷ 95 ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବା ବେଳେ ଚଳିତ ବର୍ଷ ଜୁଲାଇ ଶେଷସୁଦ୍ଧା 115 ରେ ପହଞ୍ଚିଛି । ଜିଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପାରାଦ୍ବୀପ ଲକ ଥାନା ଅଞ୍ଚଳରୁ 4ଟି ଆତ୍ମହତ୍ୟା ମାମଲା ଆସିଥିବା ବେଳେ ରଘୁନାଥପୁରରୁ 2, ଏରସମାରୁ ଜଣେ, ତିର୍ତ୍ତୋଲରୁ 4, କୁଜଙ୍ଗରୁ 4, ବାଲିକୁଦାରୁ 6 ଓ ଜଗତସିଂହପୁର ସଦର ଥାନାରୁ ସର୍ବାଧିକ 43 ଟି ଆତ୍ମହତ୍ୟା। ମାମଲା ବା ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।