ଓଡିଶା

odisha

ETV Bharat / state

ପାରାଦ୍ୱୀପ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ପିଟିପିଟି ମାରିଥିବା କହିଲେ ପରିବାର - ପାରାଦ୍ୱୀପ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ

ପୋଲିସ ହାଜତରେ ଯୁବକଙ୍କ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବ୍ରାଉନସୁଗାର ମାମଲାରେ ମନୋରଞ୍ଜନ ଗଡି (27) ନାମକ ଜଣେ ଯୁବକ ଓ ତାଙ୍କ ଜଣେ ସହଯୋଗୀଙ୍କୁ ଗତକାଲି (ଶନିବାର) ରାତିରେ ଅଭୟଚାନ୍ଦପୁର ପୋଲିସ ଅଟକ ରଖିଥିଲା । ଅଧିକ ପଢନ୍ତୁ

ପାରାଦ୍ୱୀପ ଥାନାରେ ହଜାତ ମୃତ୍ୟୁ ଅଭିଯୋଗ
ପାରାଦ୍ୱୀପ ଥାନାରେ ହଜାତ ମୃତ୍ୟୁ ଅଭିଯୋଗ

By

Published : May 1, 2022, 10:22 AM IST

ପାରାଦ୍ବୀପ:ପୋଲିସ ହାଜତରେ ଯୁବକଙ୍କ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବ୍ରାଉନସୁଗାର ମାମଲାରେ ମନୋରଞ୍ଜନ ଗଡି (27) ନାମକ ଜଣେ ଯୁବକ ଓ ତାଙ୍କ ଜଣେ ସହଯୋଗୀଙ୍କୁ ଗତକାଲି (ଶନିବାର) ରାତିରେ ଅଭୟଚାନ୍ଦପୁର ପୋଲିସ ଅଟକ ରଖିଥିଲା । ଅଧିକ ପଚରା ଉଚାର ପାଇଁ ତାଙ୍କୁ ରାତିରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଏହା ଶୁଣି ବିଶ୍ୱାସ କରି ପାରୁନଥିବା ବେଳେ ପୋଲିସ ପିଟି ପିଟି ମାରିଦେଇ ଥିବା ଅଭିଯୋଗ ଆଣିଛନ୍ତି ।

ପାରାଦ୍ୱୀପ ଥାନାରେ ହଜାତ ମୃତ୍ୟୁ ଅଭିଯୋଗ

ସୂଚନା ଅନୁସାରେ, ଅଭୟଚାନ୍ଦପୁର ପୋଲିସ ବ୍ରାଉନସୁଗାର ମାମଲାରେ ପାରାଦ୍ୱୀପ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗଡି (27) ନାମକ ଜଣେ ଯୁବକ ଓ ତାଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଥିଲା । ଅଧିକ ପଚରାଉଚରା ପାଇଁ ତାଙ୍କୁ ଥାର୍ଡଡିଗ୍ରୀ ନିର୍ଯାତନା ଦିଆଯିବାରୁ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜଗତସିଂହପୁର ପହଞ୍ଚିବା ପୂର୍ବରୁ ଯୁବକ ଜଣଙ୍କଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ମନୋରଞ୍ଜନଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଏହା ଶୁଣି ବିଶ୍ୱାସ କରି ପାରୁନଥିବା ବେଳେ ପୋଲିସ ପିଟିପିଟି ମାରିଦେଇ ଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ପୁରୀ କୁମ୍ଭାରପଡା ଥାନାରେ ଯେଉଁ ସମୟରେ ହାଜତ ମୃତ୍ୟୁ ଘଟଣା ଘଟିଥିଲା ସେ ସମୟରେ ବର୍ତ୍ତମାନ ଯେଉଁ ଥାନା ଅଧିକାରୀ ଥିଲେ ବର୍ତ୍ତମାନ ସେ ଅଭୟଚାନ୍ଦପୁର ଥାନାର ଥାନା ଅଧିକାରୀ ଅଛନ୍ତି । ସେତେବେଳେ ଯିଏ ପୁରୀ ଏସପି ଥିଲେ ସେ ବର୍ତ୍ତମାନ ଜଗତସିଂହପୁର ଏସପି ରହିଛନ୍ତି। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details