ଓଡିଶା

odisha

ETV Bharat / state

ହାଇଡ୍ରା ଧକ୍କାରେ ଯୁବକ ମୃତ - accident in paradeep

ପାରାଦ୍ୱୀପସ୍ଥିତ ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ହାଇଡ୍ରା ଧକ୍କାରେ ଯୁବକ ମୃତ
ହାଇଡ୍ରା ଧକ୍କାରେ ଯୁବକ ମୃତ

By

Published : Jun 17, 2021, 5:12 PM IST

ଜଗତସିଂହପୁର: ପାରାଦ୍ୱୀପସ୍ଥିତ ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣକଙ୍କ ନାଁ ମାଣିକ ପରମାଣିକ ଓ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା କଜଳପାତିଆ ଜମ୍ବୁ ଗ୍ରାମର ବୋଲି ପୋଲିସ କହିଛି ।

ହାଇଡ୍ରା ଧକ୍କାରେ ଯୁବକ ମୃତ

ସମ୍ପୂର୍ଣ୍ଣ ଘଟଣା ଅନୁସାରେ ମାଣିକ ଆଜି ପାରାଦ୍ୱୀପସ୍ଥିତ ଏଲଏମ ହାତୀ ଷ୍ଟିବ ଡୋର୍ସ କମ୍ପାନୀରେ କାର୍ଯ୍ୟ ସାରି ଫେରୁଥିବା ସମୟରେ ତାଙ୍କୁ ଏକ ହାଇଡ୍ରା ମେସିନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ହିଁ ମୃତ୍ୟୁ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ହାଇଡ୍ରା ମେସିନକୁ ଜବତ କରିଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details