ଜଗତସିଂହପୁର: ପାରାଦୀପ ନୂଆବଜାରସ୍ଥିତ ସମୁଦ୍ର କୂଳରେ ଗାଧୋଇବା ସମୟରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ୩ ଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ତେବେ ପ୍ରଚଣ୍ଡ ଲହଡ଼ି ଆସିବାରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ। ଅନ୍ୟ ଦୁଇ ସହଯୋଗୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିପାରି ନଥିଲା।
ଗାଧୋଉ ଥିବାବେଳେ ପାରାଦୀପ ସମୁଦ୍ରରେ ଭାସିଗଲେ ଯୁବକ, ମିଳୁନି ପତ୍ତା - Paradip sea drowned case
ପାରାଦୀପ ନୂଆବଜାରସ୍ଥିତ ସମୁଦ୍ରକୂଳରେ ଗାଧୋଇବା ସମୟରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଅଧିକ ପଢନ୍ତୁ...
ପାରାଦୀପ ସମୁଦ୍ରରେ ଗାଧଉଥିବା ବେଳେ ଭାସିଗଲେ ଯୁବକ
ପରେ ପାରାଦୀପ ମେରାଇନ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମେରାଇନ ପୋଲିସ ପହଞ୍ଚି ନିଖୋଜ ଯୁବକଙ୍କ ଖୋଜାଖୋଜି ଆରମ୍ଭ କରିଛି। ନିଖୋଜ ଯୁବକର ପରିଚୟ ମିଳିଛି। ଯୁବକ ଜଣଙ୍କ ନାଁ ମହେଶ ଏବଂ ତାଙ୍କ ଘର ନୂଆବଜାର ବସ୍ତିରେ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ