ଓଡିଶା

odisha

ETV Bharat / state

ଜଗତସିଂହପୁରରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ - ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ

ଜଗତସିଂହପୁର ଜିଲ୍ଲାର ସଦର ମହକୁମା ସ୍ଥିତ ସଂସ୍କୃତି ଭବନରେ ସୋମବାର ସନ୍ଧ୍ୟାରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଛି।

ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ

By

Published : Aug 19, 2019, 11:47 PM IST

ଜଗତସିଂହପୁର: ଜିଲ୍ଲାର ସଦର ମହକୁମା ସ୍ଥିତ ସଂସ୍କୃତି ଭବନରେ ସୋମବାର ସନ୍ଧ୍ୟାରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ।

ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମାଲିକ, ତ୍ରିତଲ ବିଧାୟକ ବିଷ୍ଣୁ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ 1929 ମସିହାରୁ ଆରମ୍ଭ ହୋଇଥିବା ଫଟୋଗ୍ରାଫି ଦିବସ ଉପରେ ଆଲୋକପାତ କରିଥିଲେ।

ସୋମବାର ଜିଲ୍ଲାରେ 20 ହଜାର ଫଟୋଗ୍ରାଫର ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଉନ୍ନତ ଟେକ୍ନୋଲୋଜି ଓ ମୋବାଇଲ କ୍ୟାମେରା ବହୁଳ ବ୍ୟବହାର ଫଟୋଗ୍ରାଫି କ୍ଷେତ୍ରରେ ବିପର୍ଯ୍ୟୟ ଆଣିଛି। ଯାହାକୁ ନେଇ 5 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇ ଥିଲା। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାରେ ଆସନ୍ତା 2 ମାସ ମଧ୍ୟରେ ଅନଲାଇନ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଥିଲେ। ଏହାସହ ମାଆ ଶାରଳା ମନ୍ଦିର ସଂସ୍କାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଥିଲେ ଜିଲ୍ଲାପାଳ ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details