ଜଗତସିଂହପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା କୋର୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ଏଥିସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟ ରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଜଷ୍ଟିସ ଋତୁପୂର୍ଣା ମିଶ୍ର, ଜେଏମଏଫସି ମହମଦ ସାହା, ପ୍ରମୁଖ ବୃକ୍ଷରୋପଣ କରିଥିଲେ । ଗଛ ଲଗାଇବା ଦ୍ୱାରା ପରିବେଶ ନିର୍ମଳ ହେବା ସହିତ ସମାଜ ପାଇଁ କଲ୍ୟାଣକାରୀ ହୋଇଥାଏ । ତେଣୁ ଆଜି ଗୋଟିଏ ଦିନ ନୁହେଁ ପ୍ରତେକ ଦିନ ଆମେ ପରିବେଶ ଦିବସ ପାଳନ କରିବା ସହ ଗଛ ଲଗାଇବା ଜରୁରୀ ବୋଲି ବକ୍ତାମାନେ କହିଥିଲେ ।