ଓଡିଶା

odisha

ETV Bharat / state

ପିଇବା ପାଣି ପାଇଁ ବ୍ଲକ ଅଫିସ ଘେରିଲେ ମହିଳା - kujanga block office gherao

କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ଅଢାଙ୍କୁର ଗ୍ରାମର ହରିଜନ ପଡା ଗ୍ରାମରେ ଦୀର୍ଘ ଦଶବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପାଣି ସମସ୍ୟାରେ ଅତିଷ୍ଠ ହୋଇ ପଡିଛନ୍ତି ହରିଜନ ପଡାର ବାସିନ୍ଦା । ତେଣୁ ହାଣ୍ଡି, ମାଠିଆ ଧରି ଅଭିନଵ ଉପାୟରେ ମହିଳାମାନେ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ପିଇବା ପାଣି ପାଇଁ ବ୍ଲକ ଅଫିସ ଘେରିଲେ ମହିଳା
ପିଇବା ପାଣି ପାଇଁ ବ୍ଲକ ଅଫିସ ଘେରିଲେ ମହିଳା

By

Published : Apr 5, 2021, 8:03 PM IST

ଜଗତସିଂହପୁର: ପାଣି ପାଇଁ ହାଣ୍ଡି, ମାଠିଆ ଧରି ଅଭିନଵ ଉପାୟରେ ମହିଳାମାନେ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ଅଢାଙ୍କୁର ଗ୍ରାମର ହରିଜନ ପଡା ଗ୍ରାମରେ ଦୀର୍ଘ ଦଶବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପାଣି ସମସ୍ୟାରେ ଅତିଷ୍ଠ ହୋଇପଡିଛନ୍ତି ହରିଜନ ପଡାର ବାସିନ୍ଦା । ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଏହି ହରିଜନ ସମ୍ପ୍ରଦାୟର ଲୋକମାନେ ଗୋଟିଏ ମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି । ଯାହାକି ଏତେ ଲୋକଙ୍କୁ ପାଣି ଯୋଗାଇବାକୁ ସକ୍ଷମ ହେଉନି ଏହି ନଳକୂପ ।

ପିଇବା ପାଣି ପାଇଁ ବ୍ଲକ ଅଫିସ ଘେରିଲେ ମହିଳା

ବିଭିନ୍ନ ସମୟରେ ନଳକୂପରୁ ବାଲି ବାହାରୁଥିବା ଅଭିଯୋଗ କରିଛନ୍ତି । ଏହି ବିଷୟରେ ପୂର୍ବରୁ ସେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନାହିଁ । ଏହାକୁ ବିରୋଧ କରି ଆଜି ଶତାଧିକ ମହିଳା ଏକଜୁଟ ହୋଇ ହାଣ୍ଡି, ଗରା ଧରି କୁଜଙ୍ଗ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଯଦି ଦୀର୍ଘ ଦିନ ଧରି ଗ୍ରାମରେ ଚାଲିଥିବା ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ମହିଳାମାନେ ବ୍ଲକ ଅଫିସ ସମ୍ମୁଖରେ ଅନଶନରେ ବସିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବିଷୟରେ ବିଡ଼ିଓଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ‘‘ଆମେ ଅବଗତ ଅଛୁ ଏବଂ ଯେତେଶୀଘ୍ର ସମ୍ଭବ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରକାଶ କରିଛନ୍ତି ।’’

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details