ଓଡିଶା

odisha

ETV Bharat / state

ନାତିଙ୍କୁ ନେବା ପାଇଁ ଶିଶୁ ଆଶ୍ରମ ଆଗରେ ମହିଳାଙ୍କ ଧାରଣା

ଜଗତସିଂହପୁର ସହରର ଶିଶୁ ଆଶ୍ରମ ଆଗରେ ଜଣେ ମହିଳା ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜଣେ ଦୁଇବର୍ଷର ବାଳକକୁ ନିଜ ନାତି ବୋଲି କହି ନିଜ ସହିତ ନେବାକୁ ଜିଦ ଧରିବା ସହ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ନାତିଙ୍କୁ ନେବାପାଇଁ ମହିଳାଙ୍କ ଶିଶୁ ଆଶ୍ରମ ଆଗରେ ଧାରଣା
ନାତିଙ୍କୁ ନେବାପାଇଁ ମହିଳାଙ୍କ ଶିଶୁ ଆଶ୍ରମ ଆଗରେ ଧାରଣା

By

Published : Mar 3, 2022, 7:35 AM IST

ଜଗତସିଂହପୁର: ସହରର ଶିଶୁ ଆଶ୍ରମ ଆଗରେ ଜଣେ ମହିଳା ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଜଣେ ଦୁଇବର୍ଷର ବାଳକକୁ ନିଜ ନାତି ବୋଲି କହି ନିଜ ସହିତ ନେବାକୁ ଜିଦ ଧରିବା ସହ ଧାରଣାରେ ବସିଛନ୍ତି । ଯାହାକୁ ନେଇ ଶିଶୁ ଆଶ୍ରମ କର୍ତ୍ତୃପକ୍ଷ ଅକଳରେ ପଡିଛନ୍ତି । ସୂଚନା ଅନୁସାରେ ଏରସମା ବ୍ଲକ ଅନ୍ତର୍ଗତ ଆମ୍ବେକି ଗ୍ରାମର ଚନ୍ଦ୍ରମା ସ୍ବାଇଁ ନାମକ ଜଣେ ମହିଳା ତାଙ୍କ ଝିଅର ପୁଅ ତଥା ନିଜ ନାତିକୁ ନିଜ ପାଖରେ ରଖି ଜଗତସିଂହପୁର ସହରକୁ ଆଣି ଭିକ୍ଷା ବୃତ୍ତିରେ ଲଗାଉଥିଲେ । ଫଳରେ ଦୁଇ ବର୍ଷର ଶିଶୁଟି ଭିକ୍ଷା ବୃତ୍ତି କରିବା ଦେଖି ତାଙ୍କୁ ଜଣେ ବ୍ୟକ୍ତି ନିଜ ଘରକୁ ନେଇଯାଇଥଲା ।

ଅଭିଯୋଗ ହେବାପରେ ଜଗତସିଂହପୁର ପୋଲିସ ପିଲାକୁ ଉଦ୍ଧାର କରିବା cwc କୁ ହସ୍ତାନ୍ତର କରିଥିଲା ପିଲାର ବାପା ମା, କେହି ନଥିବାରୁ CWC ପିଲାକୁ ଶିଶୁ ଆଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ନିଜକୁ ପିଲାର ଆଇ ବୋଲି ଦାବି କରି ପିଲାକୁ ନେବାକୁ ମହିଳା ଜଣଙ୍କ ଜିଦ କରିବା ସହ ଜଗତସିଂହପୁର ଥାନା ଓ ଶିଶୁ ଆଶ୍ରମ ଆଗରେ ବସିଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details