ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଚାଞ୍ଚଲ୍ୟ: ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରାଇ ହତ୍ୟାକାରୀ ଚମ୍ପଟ - ଜଗତସିଂହପୁର ହତ୍ୟା

ମହିଳାଙ୍କୁ ବିଭତ୍ସ ହତ୍ୟା ପରେ ଅଖାରେ ପୁରାଇ ଫେରାର ହୋଇଗଲା ଅଭିଯୁକ୍ତ । ଜଗତସିଂହପୁର ଅଜଗର ବେଦୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରାଇ ଚମ୍ପଟ ମାରିଲା ଅଭିଯୁକ୍ତ
ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରାଇ ଚମ୍ପଟ ମାରିଲା ଅଭିଯୁକ୍ତ

By

Published : Dec 23, 2021, 10:38 AM IST

ଜଗତସିଂହପୁର:ଜିଲ୍ଲାର ଏରସମା ଥାନା କୁଞ୍ଜ କୋଠୀ ଅଜଗର ବେଦୀ ଗ୍ରାମରେ ଅଭାବନୀୟ ଘଟଣା । ମହିଳାଙ୍କୁ ବିଭତ୍ସ ହତ୍ୟା ପରେ ଅଖାରେ ପୁରାଇ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ତୁଳସୀ ମଣ୍ଡଳ । ଆଜି ସକାଳ ସମୟରେ ଘର ଭିତରେ ଥିବା ରକ୍ତ ଜୁଡୁବୁଡୁ ଅଖାରେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମହିଳାଙ୍କୁ ହତ୍ୟା ପରେ ଅଖାରେ ପୁରାଇ ଚମ୍ପଟ ମାରିଲା ଅଭିଯୁକ୍ତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସଞ୍ଜୟ ଦାସ ସେହି ଗ୍ରାମର ତୁଳସୀ ମଣ୍ଡଳଙ୍କୁ ହତ୍ୟାକରି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ କେଉଁ କାରଣରୁ ମହିଳା ଜଣଙ୍କୁ ହତ୍ୟା କରାଯାଇଛି ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details