ଓଡିଶା

odisha

ETV Bharat / state

ଚିକିତ୍ସା ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ, ଶିକାରୀ ଗୁଳିରେ ହୋଇଥିଲେ ଆହତ - ଶିକାରୀ ଗୁଳିରେ ଆହତ ହୋଇଥିବା ମହିଳାଙ୍କ ଜୀବନ

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ କୁସମଳା ଗାଁରେ ଶିକାର ବେଳେ ଗୁଳିବାଜି ଜଣେ କାଠ ସଂଗ୍ରହ କରୁଥିବା ମହିଳା ଗୁରୁତର ଆହତ ହୋଇଥିଲେ । ମାତ୍ର ଉପଯୁକ୍ତ ଚିକିତ୍ସା ନପାଇ ମହିଳା ଜଣଙ୍କ ତିନି ଦିନ ପରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ନ
ଚିକିତ୍ସା ଅଭାବରୁ ଚାଲିଗଲା ଶିକାରୀ ଗୁଳିରେ ଆହତ ହୋଇଥିବା ମହିଳାଙ୍କ ଜୀବନ

By

Published : Apr 19, 2021, 10:38 PM IST

ବ୍ରହ୍ମପୁର: ଶିକାରୀ ଗୁଳିରେ ଆହତ ହୋଇଥିବା ମହିଳାଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ କୁସମଳା ଗ୍ରାମରେ ଶିକାର ବେଳେ ଗୁଳିବାଜି ଜଣେ କାଠ ସଂଗ୍ରହ କରୁଥିବା ମହିଳା ଗୁରୁତର ଆହତ ହୋଇଥିଲେ । ମାତ୍ର ଉପଯୁକ୍ତ ଚିକିତ୍ସା ନପାଇ ମହିଳା ଜଣଙ୍କ ତିନି ଦିନ ପରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ଜଣକ ଡାବୁଥଳି ଗ୍ରାମର ଦୁର୍ଲ୍ଲଭ କର୍ଜିଙ୍କ ଝିଅ ମମତା ବୋଲି ଜଣାପଡିଛି।

ମମତା କୁସମଳା ଗ୍ରାମରେ ବିବାହ କରିଥିଲେ । ଗତ ଦୁଇ ଦିନ ତଳେ ଶୁଖିଲା କାଠ ସଂଗ୍ରହ କରୁଥିବା ବେଳେ ମମତାଙ୍କୁ ଗୁଳି ବାଜିଥିଲା। ଏହାପରେ ଶିକାରୀ ମାନେ ତାକୁ ଗ୍ରାମକୁ ବୋହି ନେଇ ଦେଶୀ ଚିକିତ୍ସା କରୁଥିଲେ। ଏନେଇ ଜଣେ ସ୍ଥାନୀୟ ଲୋକ ତାଙ୍କ ବାପାଙ୍କୁ ଜଣାଇବା ପରେ ସେ କୁସୁମଳା ଯାଇ ଝିଅକୁ ଚିକିତ୍ସା ପାଇଁ ଗ୍ରାମକୁ ଆଣିବା ପାଇଁ ଚେଷ୍ଟା କରିଥିଲେ।

ଶିକାରୀ ମାନେ ମମତାକୁ ଛାଡିବା ପାଇଁ ମନା କରିବା ସହ ଦୁର୍ଲ୍ଲଭକୁ ପୋଲିସକୁ ଖବର ଦେଲେ ମାରି ଦେବାକୁ ଧମକ ଦେଇଥିଲେ । ଏହି ଘଟଣାରେ 11 ଜଣଙ୍କ ସମ୍ପୃକ୍ତି ଥିବା ନେଇ ରବିବାର ପୋଲିସ ସୂଚନା ଦେଇଛି ।

ତେବେ ପୋଲିସର ଅଭିଯୋଗ ପରେ ସୋମବାର ଆହତ ମହିଳାଙ୍କୁ ଗ୍ରାମରୁ ପ୍ରାୟ 10 କିଲୋମିଟର ବାତରା ସାହି ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହି ଠାରୁ ଅଟୋ ଯୋଗେ ପାତ୍ରପୁର ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details