ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଅତିରିକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା । ଉକ୍ତ ମହିଳା ଜଣକ ତାଙ୍କ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ଧରି ଧାରଣାରେ ବସିବା ସହିତ କାର୍ଯ୍ୟାଳୟ ଭିତରେ ପଶି ହୋହଲ୍ଲା କରିଛନ୍ତି । ଏପରିକି ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ବିଷ ଦେଇ ଦେବା ସହ ନିଜେ ମଧ୍ୟ ବିଷ ଖାଇ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଖବର ପାଇ ପୋଲିସ ପାରାଦ୍ବୀପ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଛି ।
ମିଳିଥିବା ସୂଚନା ଅନୁସାରେ ପାରାଦ୍ବୀପ ଉପକଣ୍ଠ ଅଠର ବାଙ୍କୀ ଅଞ୍ଚଳରେ ଶିବ ଶଙ୍କର ନାୟକ ତାଙ୍କ ପତ୍ନୀ ନିରୂପମା ଓ ଦୁଇ ଭିନ୍ନକ୍ଷମ ପୁଅ ଅଛନ୍ତି । ଦୁଇ ପୁଅଙ୍କୁ ଚିକିତ୍ସା କରିବା ପାଇଁ ଉଭୟ ସ୍ବାମୀସ୍ତ୍ରୀ ବହୁ ମେଡିକାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ଏପରିକି ଦୁଇ ପୁଅଙ୍କ ଚିକିତ୍ସା ପାଇଁ ଯାହା ସମ୍ବଳ ଥିଲା ସବୁ ସରିଗଲା ପରେ ନିଜର ଭିଟାମାଟିକୁ ମଧ୍ୟ ବିକ୍ରି କରିଦେଇଥିଲେ । ହେଲେ ପୁଅ ଭଲ ହୋଇପାରିଲା ନାହିଁ। ମିଳିଥିବା ବିଜୁ ସ୍ବାସ୍ଥ୍ୟ କାର୍ଡରେ ଓଡ଼ିଶାରେ ଚିକିତ୍ସା ସମ୍ଭବ ହେଉଥିଲା ବେଳେ ଡାକ୍ତର ଏବେ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି।
ଏହା ବି ପଢନ୍ତୁ- ଜୁଆଆଡ୍ଡା ଚଢାଉକୁ ନେଇ ମହିଳାଙ୍କ ହାଇଡ୍ରାମା, ପୋଲିସ ସହ କଥା କଟାକଟି