ଜଗତସିଂହପୁର: ଜିଲ୍ଲାରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସହରରୁ 8, ଏରସମାରୁ 4, ବାଲିକୁଦାରୁ 2, କୁଜଙ୍ଗରୁ ଜଣେ, ରଘୁନାଥପୁରରୁ ଜଣେ, ତିର୍ତ୍ତୋଲରୁ ଜଣେ, ନାଉଗାଁରୁ ଜଣେ ଓ ପାରାଦ୍ବୀପରୁ ଜଣେ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଆକ୍ରାନ୍ତ ନିକଟରେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଟିମବଙ୍ଗରରୁ ସଂକ୍ରମିତ ହୋଇ ଫେରିଥିବା ଜଣାପଡିଛି ।
ଜଗତସିଂହପୁରରେ 19 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 726କୁ ବୃଦ୍ଧି
ଜିଲ୍ଲାରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଆକ୍ରାନ୍ତ ନିକଟରେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଟିମବଙ୍ଗରୁ ସଂକ୍ରମିତ ହୋଇ ଫେରିଥିବା ଜଣାପଡିଛି ।
ଜଗତସିଂହପୁରରେ 19 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 726କୁ ବୃଦ୍ଧି
ପ୍ରଶାସନର ସୂଚନା ଅନୁଯାୟୀ ପାରାଦ୍ବୀପରୁ ଜଣେ ମେଡିକାଲ ଲାବ୍ରୋଟୋରୀ ଟେକ୍ନିସିଆନ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ତେବେ ଏହାକୁ ନେଇ ଜିଲ୍ଲାରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 726କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 576 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ସୁଦ୍ଧା 148 ଜଣ ସକ୍ରିୟ ଭାବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣା ପଡିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : Aug 1, 2020, 10:10 PM IST