ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରେ ହାତୀ ଆତଙ୍କ । ହାତୀଟି ଢେ଼ଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜରୁ ଆସିଥିବା କୁହାଯାଉଛି । ଗତକାଲି(ବୁଧବାର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କଟିକଦାରେ ଜଣେ ବୃଦ୍ଧଙ୍କୁ ଦନ୍ତା ହାତୀଟି ଆକ୍ରମଣ କରିବା ଫଳରେ ବୃଦ୍ଧଙ୍କ ମୃତ ହୋଇଥିବା ଖବର ମିଳିଥିଲା। ପରେ ରଘୁନାଥପୁର ଥାନାର ବର୍ତ୍ତୀ ଗାଁରେ ଆଜି ହାତୀ ପଶି ପୁଣି ଆତଙ୍କ ସୃଷ୍ଟି କରିଛି ।
କଟକ, କେନ୍ଦ୍ରାପଡା, ଜଗତସିଂହପୁର ଅଞ୍ଚଳରୁ ଶହେରୁ ଊର୍ଦ୍ଧ୍ବ ବନ କର୍ମଚାରୀ ୧୦ଟି ଟିମ ସହ ଏବେ ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ମୁତୟନ ଅଛନ୍ତି । ତେବେ ଗ୍ରାମବାସୀଙ୍କ କହିବା କଥା ସକାଳ ସମୟରେ ହାତୀଟିକୁ ଧାନ କିଆରୀରେ ଦେଖିଥିବା ବେଳେ କିଛି ସମୟ ପରେ ହାତୀଟି ମହାନଦୀରେ ପଶି ପାଣି ପିଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ପ୍ରୟାସ କରିଥିଲେ ।