ଓଡିଶା

odisha

ETV Bharat / state

ସ୍ବାମୀର ମୃତ୍ୟୁ ପରେ ଆଇସୋଲେସନ ୱାର୍ଡରେ ସ୍ତ୍ରୀର ଆତ୍ମହତ୍ୟା - ଆତ୍ମହତ୍ୟା

ଜଗତସିଂହପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀର ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା କରିଛନ୍ତି। ଅଧିକ ପଢନ୍ତୁ...

ସ୍ବାମୀର ମୃତ୍ୟୁ ପରେ ଆଇସୋଲେସନ ୱାର୍ଡରେ ସ୍ତ୍ରୀର ଆତ୍ମହତ୍ୟା
ସ୍ବାମୀର ମୃତ୍ୟୁ ପରେ ଆଇସୋଲେସନ ୱାର୍ଡରେ ସ୍ତ୍ରୀର ଆତ୍ମହତ୍ୟା

By

Published : Jul 3, 2020, 3:53 AM IST

ଜଗତସିଂହପୁର: ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାମୀର ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀ ଜିଲ୍ଲାର ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା କରିଛନ୍ତି।

ସ୍ବାମୀର ମୃତ୍ୟୁ ପରେ ଆଇସୋଲେସନ ୱାର୍ଡରେ ସ୍ତ୍ରୀର ଆତ୍ମହତ୍ୟା

ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତ 5 ଦିନ ପୂର୍ବରୁ ମୃତ ଯୁବକ ଓ ତାଙ୍କ ସ୍ତ୍ରୀ ତେଲେଙ୍ଗାନାରୁ ଫେରିଥିଲେ । ସ୍ବାମୀ ଏସଭିଏମ କଲେଜରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତାଙ୍କର ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ହେଲେ ସେ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଜଗତସିଂହପୁର କୋଭିଡ ଆଇସୋଲେସନ ୱାର୍ଡରେ ଚିକିତ୍ସା କରାଯାଉଥିଲା। ଆଜି ସକାଳେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିରେ ମ୍ରିୟମାଣ ହୋଇ ତାଙ୍କ ସ୍ତ୍ରୀ ସନ୍ଧ୍ୟାରେ ହସ୍ପିଟାଲର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଯୁବକଙ୍କ କୋରୋନା ରିପୋର୍ଟ ନେଗେଟିଭ ରହିଛି । ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details