ଓଡିଶା

odisha

ETV Bharat / state

ସ୍ବାମୀଙ୍କ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ - ସ୍ବାମୀଙ୍କ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ଓ୍ବାର୍ଡରେ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା । ଜିଲ୍ଲା ପ୍ରଶାସନ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଅଭିଯୋଗ ଦାଖଲ କଲେ ପରିବାର ଲୋକେ । ଅଧିକ ପଢନ୍ତୁ...

ସ୍ବାମୀଙ୍କ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା, ଡାକ୍ତରଖାନା ବିରୋଧରେ ଅଭିଯୋଗ
ସ୍ବାମୀଙ୍କ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା, ଡାକ୍ତରଖାନା ବିରୋଧରେ ଅଭିଯୋଗ

By

Published : Jul 4, 2020, 10:09 PM IST

ଜଗତସିଂହପୁର: ସ୍ବାମୀର ମୃତ୍ୟୁରେ ମ୍ରିୟମାଣ ସ୍ତ୍ରୀର ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ଓ୍ବାର୍ଡରେ ଆତ୍ମହତ୍ୟା ଘଟଣାକୁ ନେଇ ଜଗତସିଂହପୁର ଥାନରେ ଅଭିଯୋଗ । ପରିବାର ଲୋକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ମେଡ଼ିକାଲ କତ୍ତୃପକ୍ଷଙ୍କ ନାଁରେ ଏହି ଅଭିଯୋଗ ଦାଖଲ ହୋଇଛି ।

ତ୍ରିତୋଲ ଥାନ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ନିର୍ଲିପ୍ତ ଭୋଳ ଗତ ମଙ୍ଗଳବାର ବାହାର ରାଜ୍ୟରୁ ଫେରି ଏସଭିଏମ କଲେଜ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେହିଦିନ ହଠାତ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ବାବ ରିପୋର୍ଟ ଆସିନଥିବାରୁ ତାଙ୍କୁ ଡାକ୍ତର ଚିକିତ୍ସା କରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଏହି ଅଭିଯୋଗରେ ଦର୍ଶାଯାଇଛି ।

ସ୍ବାମୀଙ୍କ ମତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା, ଡାକ୍ତରଖାନା ବିରୋଧରେ ଅଭିଯୋଗ

ନିର୍ଲିପ୍ତଙ୍କ ମୃତ୍ୟୁ ହେବା ପରେ ଡାକ୍ତରଖାନା କର୍ମଚାରୀ ପୋଲିସକୁ ଖବର ନଦେଇ ସେଠାରୁ ପଳାଇ ଥିଲେ । ଫଳରେ ବର୍ଷକ ତଳେ ବିବାହ କରିଥିବା ସୁଭଦ୍ରା ସ୍ଵାମୀର ମୃତ୍ୟୁରେ ମ୍ରିୟମାଣ ହୋଇ ସେହି ସ୍ଥାନରେ ଫ୍ୟାନରେ ନିଜ ଓଢଣୀ ସାହଯ୍ୟରେ ଆତ୍ମହତ୍ୟା କରିଦେଇଥିଲେ । ଏହାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅବହେଳାର ଅଭିଯୋଗ ଆଣି ଶନିବାର ପରିବାର ଲୋକେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ଏହାସହ ଜିଲ୍ଲାପାଳ, ରାଜ୍ୟ ମାନବାଧିକାର କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details