ଜଗତସିଂହପୁର: କୋରୋନା ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲା ଗସ୍ତରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ତିନି ଜଣିଆ ପ୍ରତିନିଧି ଦଳ । ଡବ୍ଲୁଏଚଓର ପ୍ରତିନିଧି ଦଳ ମଧ୍ୟାହ୍ନ 12ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡାଙ୍କୁ ଭେଟି ଆଲୋଚନା କରିଥିଲେ ।
ଜଗତସିଂହପୁରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ - WHO TEAM visit to jagatshingpur
ଜଗତସିଂହପୁର ଜିଲ୍ଲାରେ କୋରୋନା ସ୍ଥିତିର ସମୀକ୍ଷା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ତିନି ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...
ଜଗତସିଂହପୁରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ
ପରେ ବିଭିନ୍ନ TMC ସେଣ୍ଟର ପରିଦର୍ଶନ କରିବା ସହ ପାରାଦୀପରେ ପ୍ରତିଷ୍ଠା ହୋଇଥିବା କୋଭିଡ ହସ୍ପିଟାଲରେ କିଭଳି ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା କରାଯାଇଛି ସେ ନେଇ ସମୀକ୍ଷା କରିଥିଲେ । ଏହି ପ୍ରତିନିଧି ଦଳରେ ଡାକ୍ତର ସୁବ୍ରତ ପଣ୍ଡା, ଆସୋସିଏଟ ପ୍ରଫେସର ଡାକ୍ତର ମେଘା ବିଶ୍ବାସ ଓ ଡାକ୍ତର ତାପସ କୁମାର ରହିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ