ଜଗତସିଂହପୁର: ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡାଉନ୍ କଟକଣା ପ୍ରତ୍ୟାହର ପରେ ଶନିବାର ସବୁକିଛି ହୋଇଛି ସ୍ବାଭାବିକ । ଜିଲ୍ଲାରେ କୋରୋନା ସ୍ଥିତି ସ୍ଥିର ଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡାଉନ୍ କଟକଣାକୁ କୋହଳ କରିଛନ୍ତି ।
ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହର ଶନିବାର ଓ ରବିବାରରେ ଜଗତସିଂହପୁର ଜିଲ୍ଲାକୁ ସଟଡାଉନ୍ କରାଯାଉଥିଲା । ତେବେ ଏହି ନିର୍ଦ୍ଦଶ ପ୍ରତ୍ୟାହାର ପରେ ଜିଲ୍ଲାର ଦୁଇ ପ୍ରମୁଖ ସହର ଜଗତସିଂହପୁର ଓ ପାରାଦ୍ବୀପ ଅନ୍ୟଦିନ ଭଳି ସ୍ବାଭାବିକ ରହିଥିଲା ।