ଜଗତସିଂହପୁର: ମଙ୍ଗଳବାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତକରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରିଥିଲେ।ଦଳେଇଘାଇ ଠାରେ 5 ନମ୍ବର ବୁରୁଜ ନିକଟରେ ଏକ ଅଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବ୍ୟାରେଜ ନିର୍ମାଣ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଓ ଦରକାର ସମୟରେ କାକଟପୁର ଓ ମାଛଗାଁ କେନାଲକୁ ଜଳଯୋଗାଣ ସମ୍ଭବ ହୋଇପାରିବ।
ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବନ୍ୟାଞ୍ଚଳ ପରିଦର୍ଶନ ପରେ ମନ୍ତ୍ରୀ ଦାସ ଦେବୀ ନଦୀର ଆଳିପିଙ୍ଗଳ ନଦୀବନ୍ଧ ପରିଦର୍ଶନ କରି ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ମାନଙ୍କ ସହିତ ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଅଧିକ୍ଷଣ ଯନ୍ତ୍ରୀ, ଜଳସମ୍ପଦ ବେଲେସ୍ୱର ନାଥ ସାହୁ ,ନିର୍ବାହୀ ଯନ୍ତ୍ରୀ ଜଳସମ୍ପଦ ପ୍ରତାପ କୁମାର ଶତପଥି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତକରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରିଥିଲେ । ଦଳେଇଘାଇ ଠାରେ 5 ନମ୍ବର ବୁରୁଜ ନିକଟରେ ଏକ ଅଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ ପାଇଁ ସରକାର ଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବ୍ୟାରେଜ ନିର୍ମାଣ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଓ ଦରକାର ସମୟରେ କାକଟପୁର ଓ ମାଛଗାଁ କେନାଲ କୁ ଜଳଯୋଗାଣ ସମ୍ଭବ ହୋଇପାରିବ।
ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବନ୍ୟାଞ୍ଚଳ ପରିଦର୍ଶନ ମନ୍ତ୍ରୀ ଦେବୀ ନଦୀର ଆଳିପିଙ୍ଗଳ ନଦୀବନ୍ଧ ପରିଦର୍ଶନ କରି ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ମାନଙ୍କ ସହିତ ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଅଧିକ୍ଷଣ ଯନ୍ତ୍ରୀ ,ଜଳସମ୍ପଦ ବେଲେସ୍ୱର ନାଥ ସାହୁ ,ନିର୍ବାହୀ ଯନ୍ତ୍ରୀ ଜଳସମ୍ପଦ ଶ୍ରୀ ପ୍ରତାପ କୁମାର ଶତପଥି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ