ଓଡିଶା

odisha

ETV Bharat / state

ଦୂର ହେବ ପାନୀୟ ଜଳ ସମସ୍ୟା, ୧୬ କୋଟି ଟଙ୍କା  ବ୍ୟୟ ଅଟକଳ

ପାରଦୀପର ସମୁଦ୍ରର ଲୁଣା ଜଳକୁ ମଧୁର ଜଳରେ ପରିଣତ କରିବାପାଇଁ ଆରମ୍ଭ ହେବ ମେଗା ପ୍ରୋଜେକ୍ଟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jul 17, 2019, 12:42 AM IST

ଜଗତସିଂହପୁର: ପାରଦୀପରେ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରର ଲୁଣା ଜଳକୁ ମଧୁର ଜଳରେ ପରିଣତ କରିବାପାଇଁ ଏକ ମେଗା ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଏହାର ବ୍ୟୟ ଅଟକଳ ରଖାଯାଇଛି ୧୧୬ କୋଟିଟଙ୍କା । ସମୁଦ୍ରର ଲୁଣା ଜଳକୁ ବିଷୋଧନକରି ବିଶୁଦ୍ଧ ପାନୀୟଜଳ ଭାବେ ବେବହୃତ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

ତେବେ ପାନୀୟଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶାରେ ସର୍ବପ୍ରଥମ ଏହିମେଗା ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଦୈନିକ ମିଲିୟନ ୧୦ ଲିଟର ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ଚଳିତବର୍ଷ ଶେଷ ସୁଦ୍ଧା ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯିବ । ଯାହାକୁ ନେଇ ପାରାଦୀପ ବନ୍ଦରନ୍ୟାସ ଓ ଏନଆଇଓଟି ବା national Institute of ocean technology ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦରର ମୁଖ୍ୟଯନ୍ତ୍ରୀ କେ ରାମଚନ୍ଦ୍ରା ଓ ଓଏନଆଇଓଟି (ONIOT) ବିଜ୍ଞାନ ମନ୍ତ୍ରାଳୟର ବିଶେଷଜ୍ଞ ଶିଶିର ଦାସ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details