ଓଡିଶା

odisha

ETV Bharat / state

ସହରରେ ବଢୁଛି ଜଳ କଷ୍ଟ, ଏପଟେ ପାଇପ ଫାଟି ହେଉଛି ଜଳ ନଷ୍ଟ - ଜଗତସିଂପୁରରେ ଜଳ କଷ୍ଟ

ମାର୍ଚ୍ଚ ମାସ ନ ହେଉଣୁ ଜଗତସିଂହପୁର ସହରରେ ବଢ଼ିଲାଣି ତାପମାତ୍ରା । ଦେଖା ଦେଲାଣି ଜଳ ସଙ୍କଟ। ସହରର ଉଚ୍ଚ ସ୍ଥାନ ଓ ଦୂର ଅଞ୍ଚଳକୁ ପାଣି ଉଠୁ ନଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏଥିପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଅଧିକ ପଢନ୍ତୁ...

ସହରରେ ବଢୁଛି ଜଳ କଷ୍ଟ, ଏପଟେ ପାଇପ ଫାଟି ହେଉଛି ଜଳ ନଷ୍ଟ
ସହରରେ ବଢୁଛି ଜଳ କଷ୍ଟ, ଏପଟେ ପାଇପ ଫାଟି ହେଉଛି ଜଳ ନଷ୍ଟ

By

Published : Feb 26, 2021, 10:19 AM IST

ଜଗତସିଂହପୁର: ମାର୍ଚ୍ଚ ମାସ ନ ହେଉଣୁ ଜଗତସିଂହପୁର ସହରରେ ବଢ଼ିଲାଣି ତାପମାତ୍ରା । ଦେଖା ଦେଲାଣି ଜଳ ସଙ୍କଟ। ସହରର ଉଚ୍ଚ ସ୍ଥାନ ଓ ଦୂର ଅଞ୍ଚଳକୁ ପାଣି ଉଠୁ ନଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଖରାଦିନ ପୂର୍ବରୁ ସହରରେ ଜଳ ସମସ୍ୟା ସହର ବାସୀ ଭୋଗୁଥିବା ବେଳେ ଅନ୍ୟ ପକ୍ଷରେ କିନ୍ତୁ ବିଭିନ୍ନ ସ୍ଥାନରେ ପାଣି ପାଇପ ଫାଟି ପାଣି ନଷ୍ଟ ହେଉଛି।

ସହରରେ ବଢୁଛି ଜଳ କଷ୍ଟ, ଏପଟେ ପାଇପ ଫାଟି ହେଉଛି ଜଳ ନଷ୍ଟ

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ଧରି ପାଇପ ଫାଟି ପାଣି ନଷ୍ଟ ହେଉଥିଲେ ମଧ୍ୟ କାହାରି ନଜରକୁ ଆସୁନାହିଁ । ସେହିଭଳି ସହରର ଅନେକ ସ୍ଥାନରେ ପାଣି ପାଇପ ଫାଟି ପାଣି ବାହାରି ଯାଉଛି। କେତେକ ସ୍ଥାନରେ ମଧ୍ୟ ଆବର୍ଜନା ଡ୍ରେନ ନିକଟରେ ମଧ୍ୟ ପାଣି ଲିକ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଚ୍ଚ ସ୍ଥାନ ଓ ତଳି ଅଞ୍ଚଳକୁ ପାଣି ଯୋଗାଇବା ସମ୍ଭବ ହୋଇପାରୁନାହିଁ।

ଏ ସମ୍ପର୍କରେ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏଥିପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details