ଓଡିଶା

odisha

ETV Bharat / state

ଜଳବନ୍ଦୀ ଜୀବନ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ - water logging in nuapola area

ଜଗତସିଂହପୁର ନୂଆପୋଲ ଅଞ୍ଚଳରେ ଜଳବନ୍ଦୀ ଘଟଣାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଏଠାରେ ଡ୍ରେନେଜ କରାଯିବ ବୋଲି ଦେଲା ପ୍ରତିଶୃତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Oct 31, 2019, 9:24 PM IST

ଜଗତସିଂହପୁର: ନୂଆପୋଲ ଅଞ୍ଚଳରେ ଜଳବନ୍ଦୀ ଘଟଣାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଏଠାରେ ଡ୍ରେନେଜ କରାଯିବ ବୋଲି ଦେଲା ପ୍ରତିଶ୍ରୁତି ।

ଜଳବନ୍ଦୀ ଜୀବନ, ଖବର ପ୍ରସାରଣ ପରେ ଡ୍ରେନେଜ କରାଯିବ ବୋଲି ପ୍ରଶାସନର ପ୍ରତିଶୃତି

ଏହି ଅଞ୍ଚଳରେ ଟିକିଏ ବର୍ଷା ହେଲେ ଘରେ ପାଣି ପଶୁଥିବାର ଖବର ଇଟିଭି ଭାରତରେ ପ୍ରସାରଣ ପରେ ଜିଲ୍ଲାପାଳ, ଜଗତସିଂହପୁର ତହସିଲଦାରଙ୍କୁ ରିପୋର୍ଟ ତଲବ କରିଥିଲେ । ତହସିଲଦାର ତତ୍କାଳ ରିପୋର୍ଟ ଦେବା ସହ ଖୁବଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ସୂଚନା ଥାଉକି, ସେକପାଟଣା ଠାରୁ ଚାନ୍ଦଗଡ ପର୍ଯ୍ୟନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଜୋର ଅନେକ ଦିନରୁ ରହି ଆସିଥିଲା, ଏହା ସରକାରୀ ଜମି ହୋଇଥିବାରୁ ଏହା ଉପରେ କବଜା କରିଥିଲେ ଜବରଦଖଲକାରୀ । ଯାହା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବା ସହ ସାମାନ୍ୟ ବର୍ଷାରେ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଉଥିଲା । ଏ ସମ୍ପର୍କରେ ଗତ 24 ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details