ଜଗତସିଂହପୁର:ଆରମ୍ଭ ହୋଇଛି ପାର୍ବଣ ରୁତୁ ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଆଜି ଧରାବତରଣ କରିଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା । ଶିଳ୍ପ ନଗରୀ ପାରାଦ୍ୱୀପରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ଵକର୍ମାଙ୍କ ପୂଜା ।ବିଶ୍ଵକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସହର । ପାରାଦ୍ବୀପର ବିଶ୍ବକର୍ମା ପଜା ବିଶ୍ବ ପ୍ରସିଦ୍ଧ । ଆଜି ବନ୍ଦର ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରୀତ ହୋଇ ଉଠିଛି ସହର । ଦୀର୍ଘ ୭ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉ ଥିବାବେଳେ ଚଳିତ ବର୍ଷ ପାରାଦ୍ୱୀପ ସହରରେ ୧୬ଟି ମେଢ଼ ସାଙ୍ଗକୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ତୋରଣ ନିର୍ମାଣରେ କିଛିଟା ବିଳମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ସମସ୍ତ କାମ ଶେଷ ହୋଇଛି ।
ଚଳିତ ବର୍ଷ ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବୌଦ୍ଧ ମନ୍ଦିର ଶୈଳିରେ ନିର୍ମିତ ତୋରଣ ଏହା ସାଧାରଣତଃ ତିବତ, ବର୍ମା ଇତ୍ୟାଦି ଅଞ୍ଚଳରେ ଦେଖିବାକୁ ମିଳେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଉ ଥିବାରୁ ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରୁ ଲୋକେ ଆସୁଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା, ଉତ୍ସବ ମୁଖର ପୁରପଲ୍ଲୀ