ଓଡିଶା

odisha

ETV Bharat / state

ମାଛଗାଁରେ ନିର୍ବାଚନୀ ହିଂସା: 2 ଗୁରୁତର, 4 ଗିରଫ - ଜଗତସିଂହପୁର ଖବର

ମାଛଗାଁ ପଞ୍ଚାୟତ ଅଶିଲୋ ୧୭ ନମ୍ବର ବୁଥରେ ନିର୍ବାଚନୀ ହିଂସା ହୋଇଛି । ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ମାଛଗାଁରେ ନିର୍ବାଚନୀ ହିଂସା: 2 ଗୁରୁତର, 4 ଗିରଫ
ମାଛଗାଁରେ ନିର୍ବାଚନୀ ହିଂସା: 2 ଗୁରୁତର, 4 ଗିରଫ

By

Published : Feb 16, 2022, 6:23 PM IST

Updated : Feb 16, 2022, 8:00 PM IST

ଜଗତସିଂହପୁର :ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଅଶିଲୋ ୧୭ ନମ୍ବର ବୁଥରେ ନିର୍ବାଚନୀ ହିଂସା ହୋଇଛି । ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ମାଛଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମାଛଗାଁରେ ନିର୍ବାଚନୀ ହିଂସା: 2 ଗୁରୁତର, 4 ଗିରଫ

ଏହାବି ପଢନ୍ତୁ :Panchayat Election: ବୁଥ ପରିସରରେ ବୋମାମାଡ, ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ

ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲିକୁଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ଅଶିଲୋ ଗାଁର ବିଧାନ ଜେନା ଓ ପ୍ରିୟବ୍ରତ ଜେନା । ଘଟଣାସ୍ଥଳରେ ଏସପି ଅଖିଳେଶ୍ବର ସିଂ ଓ ବାଲିକୁଦା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୱାର୍ଡ ମେମ୍ବର ପ୍ରାର୍ଥୀତ୍ବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 16, 2022, 8:00 PM IST

ABOUT THE AUTHOR

...view details