ଓଡିଶା

odisha

ETV Bharat / state

ମାନିଲେନି କଟକଣା, ରାଜପଥରେ ବାହାରିଲା ଶୋଭାଯାତ୍ରା - ବାହାରିଲା ଶୋଭାଯାତ୍ରା

ରବିବାର ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ନବାପାଟଣା ଗ୍ରାମବାସୀ 55 ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମୀଙ୍କ ମାଟି ଅନୁକୂଳ ପାଇଁ ବିରାଟ ଶୋଭାଯାତ୍ରାରେ ବାହାରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ପ୍ରଶାସନର ବିନା ଅନୁମତିରେ ଶତାଧିକ ଗ୍ରାମବାସୀ ସାମୁହିକ ଶୋଭାଯାତ୍ରା କରିବା ସହ ବାଣ ଫୁଟାଇ ଉତ୍ସବ ମାନାଇ ଥିଲେ। ଅଧିକ ପଢନ୍ତୁ...

The villagers worshiped Lasmi on National Highway 55
ମାନିଲେନି କଟକଣା, ବାହାରିଲା ଶୋଭାଯାତ୍ରା

By

Published : Sep 13, 2020, 10:11 PM IST

ଜଗତସିଂହପୁର: ରବିବାର ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ନବାପଟଣା ଗ୍ରାମବାସୀ 55 ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମୀଙ୍କ ମାଟି ଅନୁକୂଳ ପାଇଁ ବିରାଟ ଶୋଭାଯାତ୍ରାରେ ବାହାରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ପ୍ରଶାସନର ବିନା ଅନୁମତିରେ ଶତାଧିକ ଗ୍ରାମବାସୀ ସାମୁହିକ ଶୋଭାଯାତ୍ରା କରିବା ସହ ବାଣ ଫୁଟାଇ ଉତ୍ସବ ମନାଇ ଥିଲେ ।

ମାନିଲେନି କଟକଣା, ବାହାରିଲା ଶୋଭାଯାତ୍ରା

ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବା ସହ ଶତାଧିକ ଲୋକେ ଏକଜୁଟ ହୋଇଥିଲେ । ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ବାହାରିଥିଲା । 55 ନମ୍ବର ଜାତୀୟ ରାଜପଥରେ ବିନା ଅନୁମତିରେ ଏହି କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ପୋଲିସ କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ଦେଖା ମିଳିନଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲେ ମଧ୍ୟ ବିନା ଅନୁମତିରେ କୋଭିଡ ନିୟମ ଉଲଂଘନ କରି ବିନା ମାସ୍କରେ ଶତାଧିକ ଲୋକ ରୁଣ୍ଡକୁ ନେଇ ପ୍ରଶ୍ନ ଉଠିଛି । ଜଣେ ଶାସକ ଦଳର ନେତାଙ୍କ ପ୍ରୋତ୍ସାହନରେ ଏଭଳି କାର୍ଯ୍ୟ କରାଯାଇ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆମେ ତହସିଲଦାର ମନୋଜ ଭୋଇଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଏ ସଂପର୍କରେ ସେ କିଛି କହିବାକୁ ମନା କରିଦେଇଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details