ଜଗତସିଂହପୁର:ପୋସ୍କୋ ପରିଜିଲ୍ଲାରେ ପ୍ରସ୍ତାବିତ ଜିନ୍ଦଲ(JSW) ପ୍ରକଳ୍ପ ନେଇ ବଢୁଛି ଦ୍ବନ୍ଦ୍ବ । ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଗକୁ ବଢୁଥିବାବେଳେ ବିରୋଧ ପାଇଁ ସେହି ମାତ୍ରାରେ ସଜବାଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଓ ନୂଆଗାଁ ପଞ୍ଚାୟତରେ ଏହି ଶିଳ୍ପକୁ ବିରୋଧ କରି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଢ଼ିଙ୍କିଆ, ନୂଆଗାଁ, ମଠସାହି, ଆଦି ଗ୍ରାମର ହଜାର ହଜାର ଲୋକେ ଏକାଠି ହୋଇ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି(POSCO-Jindal Resistance Struggle Committee) ଗଠନ କରିଛନ୍ତି ।
ଏହି ବୈଠକରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ଭାବେ ଭ୍ରମର ବର ସାହୁ, ନଟବର ଖଟୁଆ, ସମ୍ପାଦକ ବାସୁଦେବ ଖଣ୍ଡୁଆଲ, ଭାଗବତ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ନିଜ ଭିଟାମାଟିକୁ କମ୍ପାନୀ ହାତକୁ ଟେକି ଦିଆଯିବ ନାହିଁ ବୋଲି ସଦସ୍ୟମାନେ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ:Villagers Police Scuffle: ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ