ଓଡିଶା

odisha

ETV Bharat / state

କେସ୍ ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ପୋଲିସ ବାବୁ, ମାଡିବସିଲା ଭିଜିଲାନ୍ସ - ଜଗତସିଂହପୁର ଭିଜିଲାନ୍ସ କାବୁ କଲା

କେସକୁ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଜଗତସିଂହପୁର ଥାନା ଏସଆଇ । ଅଧିକ ପଢନ୍ତୁ...

Vigilance arrest jagatsinghpur PS SI for bribe
50 ହଜାର ଟଙ୍କା ଲାଞ୍ଚ ନେବାବେଳେ ପୋଲିସ ବାବୁଙ୍କୁ କାବୁ କଲା ଭିଜିଲାନ୍ସ

By

Published : Mar 24, 2021, 10:45 AM IST

ଜଗତସିଂହପୁର:ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନା ଏସଆଇ। କେସକୁ ରଫାଦଫା ପାଇଁ ଲାଞ୍ଚନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଥାନା ଏସଆଇ । ଜଗତସିଂହପୁର ଥାନାରେ କାର୍ଯ୍ୟରତ ଏସ ଆଇ ବିଶ୍ବଜିତ ଗଡ଼ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

50 ହଜାର ଟଙ୍କା ଲାଞ୍ଚ ନେବାବେଳେ ପୋଲିସ ବାବୁଙ୍କୁ କାବୁ କଲା ଭିଜିଲାନ୍ସ

ଜଗତସିଂହପୁର ଥାନାର କାର୍ଯ୍ୟରତ ଏସ ଆଇ ବିଶ୍ବଜିତ ଗଡ଼ନାୟକ ଭିଜିଲାନ୍ସ ଜାଲରେ ଆଜି ଛନ୍ଦି ହୋଇଯାଇଛନ୍ତି । ଏକ କେସକୁ ରଫାଦଫା କରିବାକୁ ଯାଇ 50 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଦରପୁର ବଜାର ଠାରେ କଟକ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି । କଟକ ଭିଜିଲାନ୍ସ ଟିମ ଜଗତସିଂହପୁର ଭିଜିଲାନ୍ସ ସହ ମିଶି ଜଗତସିଂହପୁର ଥାନାରେ ତାଙ୍କ ଅଫିସରେ ଥିବା ଜରୁରୀ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ।ସୂଚନା ମୁତାବକ କଟକ ସଦର କଚେରୀମାଳର ପ୍ରୀତମ ମହାନ୍ତି ଭିଜିଲାନ୍ସ ଆଗରେ ଅଭିଯୋଗ କରିଥିଲେ l କଟକ ଭିଜିଲାନ୍ସ ଟିମ ଏକ ସ୍ବତନ୍ତ୍ର ଜାଲ ବିଛାଇବା ସହ କେମିକାଲ ବୋଳା ଟଙ୍କା ପ୍ରୀତମକୁ ଦେଇଥିଲେ l

ଗତକାଲି ବିଳମ୍ବିତ ରାତ୍ରରେ କନ୍ଦରପୁର ବଜାରରେ ଯୋଜନା ମୁତାବକ ପ୍ରୀତମ ମହାନ୍ତି ଏସ ଆଇ ବିଶ୍ବଜିତ ଗଡ଼ନାୟକଙ୍କୁ ଡକାଇ 50 ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ପୂର୍ବରୁ ଛପି ରହିଥିବା କଟକ ଭିଜିଲାନ୍ସ ଟିମ କାବୁ କରିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details