ଜଗତସିଂହପୁର: ବିପର୍ଯ୍ୟସ୍ତ ହୋଇପଡିଛି ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସା (veterinary treatment) ସେବା । ବର୍ଷକ ବାରମାସ ଏଠାରେ ତାଲା ଝୁଲୁଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କର ଦର୍ଶନ ମିଳୁନି । ଫଳରେ ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ନେଇ ଆସୁଥିବା ଲୋକେ ଏଠାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।
ପ୍ରାଣୀ ଚିକିତ୍ସା ପାଇଁ ସକାଳ 8ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ 4 ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକ ରହିବା ନିୟମ ଥିଲେ ବି ଡାକ୍ତର ଆସୁନାହାନ୍ତି । ଫଳରେ ଲୋକେ ପ୍ରଭାବିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟରେ(veterinary clinic) ଯଦି ଏପରି ବ୍ୟବସ୍ଥା ତେବେ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା କିପରି ହେଉଥିବ, ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ।