ଓଡିଶା

odisha

ETV Bharat / state

ଜଗତସିଂହପୁରରେ ପହଞ୍ଚିଲା 10 ହଜାର ଡୋଜ, ସ୍ବାଭାବିକ ହେଲା ଟୀକାକରଣ

ଜଗତସିଂହପୁରରେ ପହଞ୍ଚିଲା 10 ହଜାର ଡୋଜ ଟିକା । ଜିଲ୍ଲାରେ ଗତ ମଙ୍ଗଳବାର ଠାରୁ ବନ୍ଦ ଥିବା ଟୀକାକରଣ ପୁଣି ଆଜିଠୁ(ଶୁକ୍ରବାର) ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ପହଞ୍ଚିଲା 10 ହଜାର ଡୋଜ, ସ୍ବାଭାବିକ ହେଲା ଟୀକାକରଣ
ଜଗତସିଂହପୁରରେ ପହଞ୍ଚିଲା 10 ହଜାର ଡୋଜ, ସ୍ବାଭାବିକ ହେଲା ଟୀକାକରଣ

By

Published : Jun 4, 2021, 9:22 AM IST

ଜଗତସିଂହପୁର: ଟିକା ଅଭାବ ନେଇ ଜଗତସିଂହପୁର ଜିଲ୍ଲାରେ ଗତ ମଙ୍ଗଳବାର ଠାରୁ ବନ୍ଦ ରହିଥିଲା ଟୀକାକରଣ । ଗୁରୁବାର ଜିଲ୍ଲାରେ 10 ହଜାର ଡୋଜ ଟିକା ପହଞ୍ଚିବା ପରେ ଆଜି(ଶୁକ୍ରବାର)ଠାରୁ ପୁଣି ଟୀକାକରଣ ସ୍ବାଭାବିକ ହୋଇଛି । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 45ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାଦାନ କରାଯିବ । ଟୀକାକରଣ ଦାୟିତ୍ୱରେ ଥିବା ଅଧିକାରୀ ପି କେ ବାରିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର 15 ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । କିନ୍ତୁ ଏଯାଏଁ ବି 18 ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ ହୋଇ ପାରିନାହିଁ। ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ 18 ରୁ 44 ବର୍ଷ ବ୍ୟକ୍ତିମାନଙ୍କୁ ଟିକା ଦାନ କରାଯାଉ ଥିଲେ ମଧ୍ୟ ଏହା ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଆଉ ଅଧିକ ଦିନ ଲାଗିବ ବୋଲି ଜଗତସିଂହପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।


ସେପଟେ ଜିଲ୍ଲାରେ ଲକଡାଉନ ସ୍ୱତ୍ତ୍ବେ ସଂକ୍ରମଣ କମିବାର ନାଁ ଧରୁନି । ଏଯାବତ୍ ଜିଲ୍ଲାରେ ମୋଟ 2 ଲକ୍ଷ 72 ହଜାର 625 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେଲେଣି । ଏଣୁ ଖୁବଶୀଘ୍ର 18 ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ କରିବାକୁ ସାଧାରଣରେ ଦାବି ହେଉଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details