ଜଗତସିଂହପୁର: ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ସମୁଦ୍ରକୂଳରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି । ପ୍ରଥମେ ସ୍ଥାନୀୟ ବାସିନ୍ଦା ସମୁଦ୍ର କୂଳରେ ଏହି ଗଳିତ ମୃତଦେହ ଦେଖବାକୁ ପାଇଥିଲେ। ଏହାପରେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ।
ପାରାଦୀପ ସମୁଦ୍ର କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - ପାରାଦ୍ବୀପ ପୋଲିସ
ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ସମୁଦ୍ର କୂଳରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
ପାରାଦ୍ବୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାରୁ ପରଦା ଉଠିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ